Advertisment

ସାଙ୍ଗ ରିସେପ୍ସନ ପାର୍ଟିକୁ ଯାଉଥିଲେ ଦୁଇ ଯୁବକ; ଗଛରେ ପିଟି ହେଲା ବାଇକ୍‌

ହସଖୁସିରେ ସାଙ୍ଗର ସାଙ୍ଗର ବାହାଘର ରିସେପ୍ସନ ପାର୍ଟିକୁ ଯାଉଥିଲେ ଦୁଇ ସାଙ୍ଗ । ଭାବିଥିଲେ ବିବାହ ଭୋଜି ଖାଇ ମଉଜ ମସ୍ତି କରି ଘରକୁ ଫେରି ଆସିବେ।

Accident

Accident

Advertisment

ହସଖୁସିରେ ସାଙ୍ଗର ସାଙ୍ଗର ବାହାଘର ରିସେପ୍ସନ ପାର୍ଟିକୁ ଯାଉଥିଲେ ଦୁଇ ସାଙ୍ଗ । ଭାବିଥିଲେ ବିବାହ ଭୋଜି ଖାଇ ମଉଜ ମସ୍ତି କରି ଘରକୁ ଫେରି ଆସିବେ। ମାତ୍ର ବିଧିରେ କିଛି ଅଲଗା ଲେଖା ଥିଲା। ବିବାହ ଭୋଜିରେ ପହଞ୍ଚିବା ପୂର୍ବରୁ ହିଁ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ । ଏକ ଦୁର୍ଘଟଣାରେ ଏକ ସଙ୍ଗେ ଆଖି ବୁଜିଦେଲେ ଦୁଇ ସାଙ୍ଗ ।

Advertisment

ଏପରି ଏକ ଦୁଃଖଦ ଘଟଣା କଟକ ଜିଲ୍ଲା କାନପୁର ଥାନା ଋଷିପଡା ନିକଟରେ ଗତରାତିରେ ଘଟିଛି । ମୃତ ଦୁଇ ଜଣ ହେଲେ କଟକ ଜିଲ୍ଲା ବଡ଼ମ୍ବା ବେଲିଆପାଳ ଗାଁର ମୁନା ସାହୁ ଓ ରାକେଶ ପଣ୍ଡା ।

ଗତକାଲି ଏହି ଦୁଇ ସାଙ୍ଗ ବେଶ୍‌ ଖୁସି ମନରେ ଏକ ସାଙ୍ଗର ବିବାହ ଭୋଜିରେ ଯୋଗ ଦେବାକୁ କାନପୁର ଯାଉଥିଲେ। ମାତ୍ର  କାନପୁର ଥାନା ଋଷିପଡା ନିକଟରେ ଦ୍ରୁତ ଗତିରେ ଯାଉଥିବା ବାଇକ୍‌ଟି ଏକ ଗଛରେ ପିଟି ହୋଇ ଯାଇଥିଲା।

Advertisment

ସ୍ଥାନୀୟ ଯୁବକମାନେ ତୁରନ୍ତ ଉଭୟ ମୁନା ଓ ରାକେଶଙ୍କୁ କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ମୃତ ଦୁଇ ଯୁବକଙ୍କ ପରିବାର ଲୋକେ କାନପୁର ମେଡିକାଲରେ ପହଞ୍ଚିଥିଲେ। ଫଳରେ ପୂରା ମେଡିକାଲ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା। 

Cuttack Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe