ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିଲା ଟ୍ରକ୍। ହଠାତ୍ ପଛ ପଟୁ ଧକ୍କା ଦେଲା ବାଇକ। ଏହି ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଏପରି ଦୁର୍ଘଟଣା ମାଲକାନଗିରି ଜିଲ୍ଲା କାଳିମେଳା ନିକଟସ୍ଥ ଏମଭି ୩୫ ଗ୍ରାମ ନିକଟରେ ଘଟିଛି । ମୃତକ ହେଲେ ସୁଜନ ବିଶ୍ୱାସ।
ଯାନ୍ତ୍ରୀକ ତ୍ରୁଟି ହେତୁ ଏକ ପିଚୁ ବୋଝଇ ଟ୍ରକଟି ଏମଭି ୩୫ ଗ୍ରାମ ନିକଟସ୍ଥ ଜାତୀୟ ରାଜ୍ୟପଥ କଡ଼ରେ ଛିଡ଼ା ହୋଇଥିଲା। ମାତ୍ରୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍ ଭାରସାମ୍ୟ ହରାଇ ଟ୍ରକ୍ ପଛ ପଟେ ପିଟି ହୋଇ ଯାଇଥିଲା।
ବାଇକ୍ରେ ଦୁଇ ଜଣ ଥିବା ବେଳେ ଘଟଣା ସ୍ଥଳରେ ସୁଜନ ବିଶ୍ୱାସଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
Also Read
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ବୁଡ଼ ପକାଇବାକୁ ଯିବା ବେଳେ ଓଲଟିଲା ଡାଲା ଅଟୋ; ୧୩ ଆହତ
ଆଜି ସକାଳେ ଡେଙ୍ଗାଡି ଗାଁର ୧୫ ଜଣ ଏକ ଡାଲା ଅଟୋରେ ବୁଡ଼ ପକାଇବା ପାଇଁ ଆସିକା ଦୋ ମୁହାଣୀକୁ ଯାଉଥିଲେ।
Accident
ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା ପାଗଳ କୁକୁର; ୭ ଆହତ
ଆହତଙ୍କ ମଧ୍ୟରେ ୫ଜଣ ମହିଳା ସହ ଜଣେ ପୁରୁଷ ଓ ଜଣେ ନାବାଳକ ଅଛନ୍ତି।