Advertisment

ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିଲା ଟ୍ରକ୍‌, ପଛରୁ ପିଟି ଦେଲା ବାଇକ୍‌

ଯାନ୍ତ୍ରୀକ ତ୍ରୁଟି ହେତୁ ଏକ ପିଚୁ ବୋଝଇ ଟ୍ରକଟି ଏମଭି ୩୫ ଗ୍ରାମ ନିକଟସ୍ଥ ଜାତୀୟ ରାଜ୍ୟପଥ କଡ଼ରେ ଛିଡ଼ା ହୋଇଥିଲା।

Accident

Accident

Advertisment

ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିଲା ଟ୍ରକ୍‌। ହଠାତ୍‌ ପଛ ପଟୁ ଧକ୍କା ଦେଲା ବାଇକ। ଏହି ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଏପରି ଦୁର୍ଘଟଣା ମାଲକାନଗିରି ଜିଲ୍ଲା କାଳିମେଳା ନିକଟସ୍ଥ ଏମଭି ୩୫ ଗ୍ରାମ ନିକଟରେ ଘଟିଛି । ମୃତକ ହେଲେ ସୁଜନ ବିଶ୍ୱାସ।

Advertisment

ଯାନ୍ତ୍ରୀକ ତ୍ରୁଟି ହେତୁ ଏକ ପିଚୁ ବୋଝଇ ଟ୍ରକଟି ଏମଭି ୩୫ ଗ୍ରାମ ନିକଟସ୍ଥ ଜାତୀୟ ରାଜ୍ୟପଥ କଡ଼ରେ ଛିଡ଼ା ହୋଇଥିଲା। ମାତ୍ରୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍‌ ଭାରସାମ୍ୟ ହରାଇ ଟ୍ରକ୍‌ ପଛ ପଟେ ପିଟି ହୋଇ ଯାଇଥିଲା।

ବାଇକ୍‌ରେ ଦୁଇ ଜଣ ଥିବା ବେଳେ ଘଟଣା ସ୍ଥଳରେ ସୁଜନ ବିଶ୍ୱାସଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Advertisment
Road Accident Malkangiri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe