Advertisment

ବାଇକକୁ ଧକ୍କା ଦେଲା OSRTC ବସ୍‌, ଚାଳକ ମୃତ

ଇଟାମାଟି ପୂଜା ଢ଼ାବା ନିକଟରେ ବସଟି ପଞ୍ଚାନନଙ୍କ ବାଇକକୁ ଧକ୍କା ଦେଇଥିଲା।

ଅଦ୍ୟତନ ହୋଇଛି
Bus

Bus

Advertisment

ବାଇକକୁ ଧକ୍କା ଦେଲା OSRTC ବସ। ଘଟଣା ସ୍ଥଳରେ ବାଇକ୍‌ ଚାଳକ ମୃତ। ମୃତକଙ୍କ ନାଁ ହେଉଛି ପଞ୍ଚାନନ ସାହୁ। ତାଙ୍କ ଘରହେଉଛି ନୟାଗଡ଼ ଜିଲ୍ଲାର ଫାଶୀପଡ଼ା ଗାଁରେ।

Advertisment

ଏଭଳି ଘଟଣା ଘଟିଛି ଇଟାମାଟି ଥାନା ବଜାର ନିକଟରେ। ମୃତକ ପଞ୍ଚାନନ ସାହୁ ହେଲେ ଦଶପଲ୍ଲା ତହସିଲ ଅଧୀନରେ ରାଜସ୍ୱ ନିରୀକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ଆଜି ପଞ୍ଚାନନ କୌଣସି କାମରେ ଯାଉଥିଲେ। ୫୭ ନମ୍ବର ଜାତୀୟ ରାଜପଥ ଦେଇ ଏକ OSRTC ବସ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଇଟାମାଟି ପୂଜା ଢ଼ାବା ନିକଟରେ ବସ ଟି ପଞ୍ଚାନନଙ୍କ ବାଇକକୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ସେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବସଟି ଭାରସାମ୍ୟ ହରାଇ ଡ୍ରେନରେ ମାଡ଼ ହୋଇଥିଲା। ବସରେ ଥିବା ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତୀ ଯାଇଥିବା ବେଳେ ସୁରକ୍ଷିତ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ତେବେ ଘଟଣା ସ୍ଥଳରେ ଉତ୍ତେଜନା ହେବାରୁ ପୁଲିସ ପହଞ୍ଚି ବସ ଡ୍ରାଇଭରକୁ ଥାନାରେ ଅଟକ ରଖିଥିବା ସହ ଏକ ମାମଲା ରୁଜୁ କରିଛି।

Advertisment
Accident Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe