Advertisment

ବାଇକ ଟ୍ରାକ୍ଟରକୁ ପିଟିଲା କଲେଜ ବସ

କଲେଜ ବସ୍ ଆରଡ଼ିରୁ ଛାତ୍ରଛାତ୍ରୀଙ୍କୁ ଧରି ଅସୁରାଳି ଆସୁଥିଲା। ତେବେ ଧୂଷୁରୀ ଛକ ନିକଟରେ ସମ୍ମୁଖରୁ ଆସୁଥିବା ବାଇକ ଓ ଟ୍ରାକ୍ଟରକୁ ଧକ୍କା ଦେଇଥିଲା।

author-image
Biswajit Samal
Bhadrak

Bhadrak

କଲେଜ ବସ ଧକ୍କାରେ ବାଇକ ଚାଳକ ଗୁରୁତ୍ୱର। ଅଳ୍ପକେ ବର୍ତ୍ତିଗଲେ କଲେଜର ଛାତ୍ରଛାତ୍ରୀ। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲାର ଧୂଷୁରୀ ଅଞ୍ଚଳରେ। ଆଜି ସକାଳୁ ଏକ ଇଂଞ୍ଜିନିୟରିଂ କଲେଜ ବସ୍ ଆରଡ଼ିରୁ ଛାତ୍ରଛାତ୍ରୀଙ୍କୁ ଧରି ଅସୁରାଳି ଆସୁଥିଲା। ତେବେ ଧୂଷୁରୀ ଛକ ନିକଟରେ ସମ୍ମୁଖରୁ ଆସୁଥିବା ବାଇକ ଓ ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ଏଥିରେ ବାଇକ ଚାଳକ ଗୁରୁତର ଆହାତ ହୋଇଥିଲେ। ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। 

Advertisment

ଦୃଘଟଣାରେ ବସର ସମ୍ମୁଖଭାଗ ଅଳ୍ପ ଭାଙ୍ଗିଛି। ତେବେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଛାତ୍ରଛାତ୍ରୀ। ଆହାତ ବାଇକ ଚାଳକଙ୍କର ଘର ଧୂଷୁରୀ ଅଞ୍ଚଳରେ ବୋଲି ଜଣାପଡ଼ିଛି। ଖବର ପାଇ ଘଟଣା ସ୍ଥଳରେ ଧୂଷୁରୀ ଥାନା ପୁଲିସ ପହଞ୍ଚି ବସକୁ ଜବତ କରିବା ସହିତ ଅଧିକ ତଦନ୍ତ ଜଳାଇଛି।

ରିପୋର୍ଟ- ଭଦ୍ରକରୁ ପାର୍ଥଶାରଥି ନାୟକ

School Bus Accident