Advertisment

ବାଇକ୍‌ରେ ଯାଉଥିଲେ ଦମ୍ପତି, ଉପରୁ ଖସିଲା ମୃତ୍ୟୁ

ରାସ୍ତାରେ ଯାଉ ଯାଉ ମୁଣ୍ଡ ଉପରୁ ଖସିଲା ମୃତ୍ୟୁ। ଆଉ ଆଖି ପିଛୁଳାକେ ମାଡ଼ି ବସିଲା ଯମ । ପାଖରେ ଥିବା ସିସିଟିଭିରେ କଏଦ ହୋଇଗଲା ଏହି ଛାତିଥରା ଦୃଶ୍ୟ ।

author-image
Niharika Rout
Accident Spot

Accident Spot

ରାସ୍ତାରେ ଯାଉ ଯାଉ ମୁଣ୍ଡ ଉପରୁ ଖସିଲା ମୃତ୍ୟୁ। ଆଉ ଆଖି ପିଛୁଳାକେ ମାଡ଼ି ବସିଲା ଯମ । ପାଖରେ ଥିବା ସିସିଟିଭିରେ କଏଦ ହୋଇଗଲା ଏହି ଛାତିଥରା ଦୃଶ୍ୟ । ଏପରି ଏକ ଘଟଣା ହରିୟାଣାର ପାନିପଥରେ ଘଟିଛି।

Advertisment

ପାନିପଥ ନିକଟରେ ଥିବା ବ୍ୟସ୍ତବହୁଳ ପଚରଙ୍ଗ ମାର୍କେଟରେ ଥିବା ଏକ ଘର ଗତକାଲି ଭଙ୍ଗା ଯାଉଥିଲା । ତଳେ ଗାଡ଼ି ଚଳାଚଳ କରୁଥିବା ବେଳେ କୌଣସି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା।

ଉକ୍ତ ସମୟରେ ଏକ ଦମ୍ପତି ବାଇକ୍‌ରେ ଯାଉଥିବା ବେଳେ ହଠାତ୍‌ ଭଙ୍ଗା ଯାଉଥିବା ଘର ସେମାନଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା। ଇଟା, ସିମେଣ୍ଟ ତଳେ ଚାପି ହୋଇ ଘଟଣାସ୍ଥଳରେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପତ୍ନୀ ଆହତ ହୋଇଥିଲେ। ଏହି ଅଘଟଣ ବେଳେ ସେହି ରାସ୍ତାରେ ଯାଉଥିବା ଆଉ ଜଣେ ବ୍ୟକ୍ତିଙ୍କ ଗୋଡ଼ ଭାଙ୍ଗି ଯାଇଥିବା ଜଣାଯାଇଛି।

Advertisment

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକଙ୍କ ଚଳାଚଳ ବେଳେ ଘର ଭଙ୍ଗା ଯାଉଥିବା ବେଳେ କୌଣସି ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରା ନ ଯିବାରୁ ଅକାଳରେ ଏକ ଜୀବନ ଚାଲିଗଲା ବୋଲି ଅଭିଯୋଗ ହେଲା।

ଖବର ପାଇ ପୁଲିସ୍‌ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଉତ୍ତେଜନା ଥମିଥିଲା।

Accident Haryana News