Advertisment

ଦୁର୍ଘଟଣାରେ ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର ଆହତ, ଆଇସିୟୁରେ ଭର୍ତ୍ତି

ଗତକାଲି ନବୀନ ନିବାସରେ ଦଳୀୟ ବୈଠକରେ ଯୋଗ ଦେଇ ପ୍ରସନ୍ନ ଆଚାର୍ଯ୍ୟ ବରଗଡ଼ ଫେରୁଥିବା ବେଳେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।

author-image
Niharika Rout
ଅଦ୍ୟତନ ହୋଇଛି
Accident

Accident

ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର ଆହତ ହୋଇଛନ୍ତି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବେଲଡିହି ନିକଟରେ ଗତକାଲି ବିଳମ୍ବିତ ରାତିରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି।

Advertisment

ଗତକାଲି ନବୀନ ନିବାସରେ ଦଳୀୟ ବୈଠକରେ ଯୋଗ ଦେଇ ପ୍ରସନ୍ନ ଆଚାର୍ଯ୍ୟ ବରଗଡ଼ ଫେରୁଥିଲେ। ବିଳମ୍ବିତ ରାତିରେ ୫୫ ନମ୍ବର ଜାତୀୟ ରାଜପଥରେ ତାଙ୍କ ଗାଡ଼ିକୁ ଏକ ଅକ୍ସିଜେନ ବୋଝେଇ ଟ୍ୟାଙ୍କର ଧକ୍କା ଦେଇଥିଲା।

ଏହି ଦୁର୍ଘଟଣାରେ ପ୍ରସନ୍ନ ଆଚାର୍ଯ୍ୟ ଓ ତାଙ୍କ ପିଏସଓ ଗୁରୁତର ଆହତ ହୋଇଛନ୍ତି। ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି। ଉକ୍ତ ସମୟରେ ବାମୁରା ଅଞ୍ଚଳରେ ରୋଗୀ ଛାଡ଼ି ଫେରୁଥିବା ଏକ ଆମ୍ବୁଲାନ୍ସ ତୁରନ୍ତ ପ୍ରସନ୍ନ ଆଚାର୍ଯ୍ୟ ଓ ତାଙ୍କ ପିଏସଓଙ୍କୁ ପ୍ରଥମେ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ସମ୍ବଲପୁର ସ୍ଥାନାନ୍ତର କରାଯାଇଛି।

Advertisment

ସମ୍ବଲପୁରର ଏକ ଘରୋଇ ମେଡିକାଲରେ ଉଭୟଙ୍କ ଚିକିତ୍ସା ଚାଲିଛି। ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଶରୀରରେ ୩୬ଟି ଷ୍ଟିଚ୍‌ ପଡ଼ିଛି। ତାଙ୍କ ମୁଣ୍ଡରେ କେବଳ ୩୦ଟି ଷ୍ଟିଚ୍‌ ଓ ଶରୀରର ଅନ୍ୟ ସ୍ଥାନରେ ୬ଟି ଷ୍ଟିଚ୍‌ ପଡ଼ିଛି। ଏହି ଦୁର୍ଘଟଣାରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ପିଏସଓଙ୍କ ଅଣ୍ଟା ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି।

ଦୁର୍ଘଟଣା ଖବର ପାଇ ପ୍ରସନ୍ନ ଆଚାର୍ଯ୍ୟଙ୍କ ପରିବାର ଲୋକେ ଆଜି ସକାଳୁ ସକାଳୁ ସମ୍ବଲପୁରସ୍ଥିତ ମେଡିକାଲରେ ପହଞ୍ଚିଛନ୍ତି। ଉନ୍ନତ ଚିକିତ୍ସା ପାଇଁ ଉଭୟ ପ୍ରସନ୍ନ ଆଚାର୍ଯ୍ୟ ଓ ତାଙ୍କ ପିଏସ୍‌ଓଙ୍କୁ ଆଜି ମଧ୍ୟାହ୍ନ ସମୟରେ ଭୁବନେଶ୍ୱରକୁ ଏୟାରଲିଫ୍ଟ କରାଯିବ ବୋଲି ଜଣାଯାଇଛି। ଏନେଇ ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ଘଟଣାସ୍ଥଳରେ ରେଢ଼ାଖୋଲ ପୁଲିସ୍‌ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଦୁଇ ଗାଡ଼ି ଜବତ କରିବା ସହ ଟ୍ୟାଙ୍କର ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି।ଏନେଇ ରେଢାଖୋଲ ଏସଡିପିଓ କହିଛନ୍ତି, ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ଟ୍ୟାଙ୍କର ଗାଡ଼ି ତାଙ୍କ କାର୍‌କୁ ପିଟିଛି। ପ୍ରସନ୍ନ ଆଚାର୍ଯ୍ୟ ଓ ତାଙ୍କ ପିଏସଓଙ୍କୁ ହସ୍ପିଟାଲ ପଠାଯାଇଛି। ଉଭୟ ଗାଡ଼ିକୁ ଜବତ କରାଯାଇଛି।

  ରେଢାକୋଲ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର କହିଛନ୍ତି, ରାତି ସାଢେ ୧୨ଟାରେ ପ୍ରସନ୍ନ ଆଚାର୍ଯ୍ୟ ଆମ୍ବୁଲାନ୍ସରେ ଆସି ପହଞ୍ଚିଲେ। ଏଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସମ୍ବଲପୁର ପଠାଯାଇଛି। ତାଙ୍କ ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିଛି।

ପ୍ରସନ୍ନ ଆଚାର୍ଯ୍ୟଙ୍କ ଡ୍ରାଇଭରଙ୍କ କହିବାନୁଯାୟୀ, ଟ୍ୟାଙ୍କର ଗାଡ଼ିଟି ପ୍ରାୟ ୮୦ ସ୍ପିଡରେ ଆସୁଥିଲା। ଏହା ଦେଖି ମୁଁ ଗାଡ଼ି ସାଇଡ କରି ଦେଇଥିଲି। ଏହାପରେ ବି ଉକ୍ତ ଗାଡ଼ିଟି ଆମ ଗାଡ଼ିକୁ ଜୋରରେ ଧକ୍କା ଦେଇଥିଲା।

ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ସଡ଼କ ଦୁର୍ଘଟଣା ଖବର ଶୁଣି ଦୁଃଖ ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ତାଙ୍କର ସୁସ୍ଥତା କାମନା କରିବା ସହିତ ଆଶୁ ଆରୋଗ୍ୟ ପାଇଁ ମା ସମଲେଶ୍ୱରୀଙ୍କ ନିକଟରେ ପ୍ରାଥନା କରିଛନ୍ତି ବୈଜୟନ୍ତ ପଣ୍ଡା ।

Sambalpur Road Accident Prasanna Acharya