/odisha-reporter/media/post_attachments/uploadimage/library/16_9/16_9_0/BJD_1703845420.jpg)
BJD
ବ୍ୟାଟିଂ କରୁଥିବା ବେଳେ ମୁହଁମାଟି ପଡ଼ିଲେ ବିଜେଡି ବିଧାୟକ ଭୂପିନ୍ଦର ସିଂହ। ଲହୁଲୁହାଣ ମଧ୍ୟ ହୋଇଥିଲେ। କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାନ କରିବାକୁ ଯାଇ ଆହତ ହୋଇଥିଲେ। ସେହି ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଭିଡିଓଟି ମୋବାଇଲ୍ରୁ ମୋବାଇଲ୍ ଘୁରି ବୁଲୁଛି।
କଳାହାଣ୍ଡି ଜିଲ୍ଲା ନର୍ଲା ବିଧାୟକ ହେଉଛନ୍ତି ଭୂପିନ୍ଦର ସିଂହ। ଗତ ୨୫ ତାରିଖରେ କେସିଙ୍ଗା ବ୍ଲକ୍ ତାଳଭନରା ଗାଁରେ ହେଉଥିବ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟନ କରିବାକୁ ଯାଇଥିଲେ। ଟୁର୍ଣ୍ଣାମେଣ୍ଟ ଉଦ୍ଘାଟନ ବେଳେ କେତେକ ଯୁବ ଖେଳାଳି ତାଙ୍କୁ ବ୍ୟାଟିଂ କରିବାକୁ ଉତ୍ସାହିତ କରିଥିଲେ। ଯେଉଁଥିପାଇଁ ୭୨ ବର୍ଷୀୟ ବିଧାୟକ ଭୂପିନ୍ଦର ସିଂହ ଜଣେ ପୋଖତ ଖେଳାଳି ଭଳି ହାତରେ ବ୍ୟାଟ୍ ଧରି ପିଚ୍ ଉପରକୁ ବ୍ୟାଟିଂ କରିବାକୁ ଯାଇଥିଲେ। ଆଉ ତାଙ୍କୁ ଉତ୍ସାହିତ କରୁଥିଲେ ତାଙ୍କର ସମର୍ଥକ ଓ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିବା ଖେଳାଳି।
ଷ୍ଟମ୍ ଆଗରେ ବ୍ୟାଟିଂ ପୋଜରେ ଛିଡ଼ା ହୋଇଥିଲେ ବିଧାୟକ ଭୂପିନ୍ଦର ସିଂହ। ଆଉ ବିପରୀତ ଦିଗରୁ ବୋଲିଂ କରିଥିଲେ ବୋଲର। ବିଧାୟକ ଭୂପିନ୍ଦର ସିଂହ ବ୍ୟାଟିଂ କରିବା ପାଇଁ ଯାଉଥିବା ବେଳେ ଛିଟିକି ହୋଇ ମୁହଁମାଟି ପଡ଼ିଥିଲେ। ତାଙ୍କ ମୁହଁ ଓ ନାକରେ ସାମାନ୍ୟ କ୍ଷତ ହୋଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ କେସିଙ୍ଗା ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି।
ବିଧାୟକଙ୍କ ଏହି ବ୍ୟାଟିଂ କରିବାର ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ଭିଡିଓଟି ମୋବାଇଲରୁ ମୋବାଇଲ ଘୁରି ବୁଲୁଛି। ଆଉ ମଜା ନେଉଛନ୍ତି ସୋଶାଲ୍ ମିଡ଼ିଆ ଫଲୋୟର୍ସ।
ରିପୋର୍ଟ- ଧର୍ମଗଡ଼ରୁ ଇଙ୍ଗିତ ପଣ୍ଡା
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
