Advertisment

ଅନୁଗୋଳ ଜିନ୍ଦଲ ଷ୍ଟିଲ୍‌ ପ୍ଲାଣ୍ଟରେ ବିସ୍ଫୋରଣ

ଗତକାଲି ସନ୍ଧ୍ୟାରେ ଏହି ବିସ୍ଫୋରଣ ହୋଇଥିଲା।

author-image
Tapaswini Nayak
Blast

Blast

ଅନୁଗୋଳ ସ୍ଥିତ ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର ପ୍ଲାଣ୍ଟର ବ୍ଲାଷ୍ଟ ଫରନେସରେ ବିସ୍ଫୋରଣ ହୋଇଛି। ଏହି ଅଘଟଣାରେ କେହି ମୃତାହତ ହୋଇନାହାନ୍ତି।

Advertisment

ଗତକାଲି ସଂଧ୍ୟାରେ ଶ୍ରମିକମାନେ କାମ କରୁଥିଲେ। ଏହି ସମୟରେ ପାୱାର ପ୍ଲାଣ୍ଟର ବ୍ଲାଷ୍ଟ ଫରନେସରେ ହଠାତ୍  ବିସ୍ଫୋରଣ ହୋଇଥିଲା।  ଶ୍ରମିକ ଜୀବନ ବିକାଳେ ବାହାରକୁ ପଳାଇ ଆସିଥିଲେ। କାହାର କିଛି କ୍ଷତି ହୋଇ ନଥିଲା। 

ତେବେ କିପରି ଓ କାହିଁକି ଏହି ବିସ୍ଫୋରଣ ଘଟିଲା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହି ଅଘଟଣ ପରେ ପ୍ରତକ୍ରିୟା ରଖିଛି କମ୍ପାନୀ କର୍ତ୍ତୃପକ୍ଷ। ଦୁର୍ଘଟଣାରେ କେହି ଆହତ ହୋଇନାହାନ୍ତି। ପରିସ୍ଥିତି ସମ୍ପୂର୍ଣ୍ଣ ନିୟମନ୍ତ୍ରଣାଧୀନ ଅଛି। ଏ ସମ୍ପର୍କରେ କୌଣସି ଗୁଜବ ପ୍ରଚାର ନ କରିବାକୁ କମ୍ପାନୀ ପକ୍ଷରୁ ନିବେଦନ କରାଯାଇଛି।

Advertisment
Anugul