Balangir
ବଲାଙ୍ଗିର ବଡ଼ମାଳ ଗୋଳାବାରୁଦ କାରଖାନାରେ ବିସ୍ଫୋରଣ ଘଟିଛି। ଏଥିରେ ମୃତାହତ ନେଇ କୌଣସି ସୂଚନା ମିଳିନି। ତେବେ ବିସ୍ଫୋରଣ ପରେ ଗୋଳାବାରୁଦ କାରଖାନା ଭିତରକୁ ଆମ୍ୱୁଲାନ୍ସ ଓ ଅଗ୍ନିଶମ ଗାଡ଼ି ଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ଆଜି ସନ୍ଧ୍ୟା ବେଳେ ବଡ଼ମାଳ ଗୋଳାବାରୁଦ କାରଖାନାର ୧୨ ନମ୍ୱର ମେଗାଜିନ୍ ଷ୍ଟୋର ରୁମ୍ରେ ଭୟଙ୍କର ବିସ୍ଫୋରଣ ଘଟିଛି। ଲଗାତାର ୩ରୁ ୪ ଥର ବିସ୍ଫୋରଣ ହୋଇଥିବା ଶୁଣିବାକୁ ମିଳିଛି। ବିସ୍ଫୋରଣ ପରେ ନିଆଁର ଶିଖା ବହୁଦୂରକୁ ଦେଖାଯାଉଛି। ମୃତାହତ ନେଇ କୌଣସି ସୂଚନା ମିଳିନି। ଏ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ଅଗ୍ନିଶମ ବିଭାଗ ଓ ଆମ୍ୱୂଲାନ୍ସ କାରଖାନା ଭିତରକୁ ଯାଇଛି।
କେଉଁ କାରଣରୁ ବିସ୍ଫୋରଣ ଘଟଲା, ତାହା ଜଣାପଡ଼ି ନାହିଁ। ଏପରିକି ଗୋଳାବାରୁଦ କାରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ଉତ୍ତର ରଖାଯାଇ ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Balangir_1708870812.jpeg)