Advertisment

ହାଇଟେକ୍‌ ହସ୍ପିଟାଲ୍‌ରେ ବିସ୍ଫୋରଣ, ଏକାଧିକ ଆହତ!

ମେଡ଼ିକାଲ୍‌ର ତୃତୀୟ ମହଲାରେ କନ୍‌ଷ୍ଟ୍ରକ୍‌ସନ୍‌ କାମ ଚାଲିଥିଲା। ଆଜି ସନ୍ଧ୍ୟା ବେଳେ ଏସି ଗ୍ୟାସ୍‌ ଫିଲିଂ କରାଯାଉଥିବା ବେଳେ ବିସ୍ଫୋରଣ ହୋଇଥିଲା। ଯେଉଁଥିପାଇଁ ନିଆଁ ବ୍ୟାପି ଯାଇଥିଲା। ମେଡ଼ିକାଲ୍‌ ପକ୍ଷରୁ ସଙ୍ଗେ ସଙ୍ଗେ ନିଆଁକୁ ଆୟତ୍ତ କରାଯାଇଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Hi tech medical

Hi tech medical

ଭୁବନେଶ୍ୱର ହାଇଟେକ୍‌ ହସ୍ପିଟାଲ୍‌ରେ ବିସ୍ଫୋରଣ। ହସ୍ପିଟାଲ ତୃତୀୟ ମହଲାରେ ଏସି ଗ୍ୟାସ୍‌ ଫିଲିଂ ବେଳେ ବିସ୍ଫୋରଣ ହୋଇଥିଲା। ଏଥିରେ ୩ରୁ୪ ଜଣ ଆହତ ହୋଇଛନ୍ତି। ବର୍ତ୍ତମାନ ନିଆଁ ଆୟତ୍ତରେ ଥିବା ମେଡ଼ିକାଲ୍‌ ଲୋକ ସମ୍ପର୍କ ଅଧିକାରୀ କହିଛନ୍ତି। 

Advertisment

ମେଡ଼ିକାଲ୍‌ର ତୃତୀୟ ମହଲାରେ କନ୍‌ଷ୍ଟ୍ରକ୍‌ସନ୍‌ କାମ ଚାଲିଥିଲା। ଆଜି ସନ୍ଧ୍ୟା ବେଳେ ଏସି ଗ୍ୟାସ୍‌ ଫିଲିଂ କରାଯାଉଥିବା ବେଳେ ବିସ୍ଫୋରଣ ହୋଇଥିଲା। ଯେଉଁଥିପାଇଁ ନିଆଁ ବ୍ୟାପି ଯାଇଥିଲା। ମେଡ଼ିକାଲ୍‌ ପକ୍ଷରୁ ସଙ୍ଗେ ସଙ୍ଗେ ନିଆଁକୁ ଆୟତ୍ତ କରାଯାଇଥିଲା। ତେବେ ଉଦ୍ଧାର କାର୍ଯ୍ୟ ବେଳେ ୩ରୁ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ସେହି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଆହତମାନେ ହେଉଛନ୍ତି ମେଡ଼ିକାଲ୍‌ କର୍ମଚାରୀ। 

ମେଡ଼ିକାଲ୍‌ ଲୋକ ସମ୍ପର୍କ ଅଧିକାରୀଙ୍କ କହିବା ଅନୁସାରେ ନିଆଁ ଆୟତ୍ତ କରାଯାଇଛି। ଉକ୍ତ ବିଲଡିଂର ଦ୍ୱିତୀୟ ମହଲାରେ ଚିକିତ୍ସିତ ହେଉଥିବା ରୋଗୀମାନେ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛନ୍ତି।  

Advertisment
Bhubaneswar Bhubaneswar News