ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଆଜି ସକାଳେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ ଯୋଗୁ ୫ ଶ୍ରମିକ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।
ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର ଏସ୍ଏମ୍ଏସ୍-୧ ୟୁନିଟ୍ରେ ଏହି ବିସ୍ଫୋରଣ ହୋଇଛି। ସକାଳ ପ୍ରାୟ ସାଢେ ୯ଟା ବେଳେ ଏହି ଅଘଟଣ ଘଟିଛି। ଗୁରୁତର ୫ ଶ୍ରମିକଙ୍କୁ ତୁରନ୍ତ ଆଇଜିଏଚ୍ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଗୁରୁତରମାନେ ହେଲେ ହେମନ୍ତ କୁମାର ମେହର, ଭାଗବତ ମୁର୍ମୂ, ଜି.ବି କାଲୋ, କେ.କେ ବାରିକ ଓ ପ୍ରଦୀପ ଇକ୍କା ।
ତେବେ କିପରି ଓ କାହିଁକି ଏହି ବିସ୍ଫୋରଣ ଘଟିଲା ସେ ନେଇ ଷ୍ଟିଲ୍ ପ୍ଲାଣ୍ଟ କର୍ତ୍ତୃପକ୍ଷ କୌଣସି ସୂଚନା ଦେଇ ନାହାନ୍ତି।