Advertisment

ବୋଲେରୋରେ ପିଟି ହୋଇ ପଡ଼ିଯିବା ପରେ ଘୋଷାଡ଼ି ନେଲା ହାଇୱା

ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରି ୨୬ ନମ୍ବର ଜାତୀୟ ରାଜପଥରେ ମୃତଦେହ ରଖି ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି।

author-image
Biswajit Samal
ଅଦ୍ୟତନ ହୋଇଛି
Road Accident

Road Accident

ବୋଲେରୋରେ ପିଟି ହୋଇ ତଳେ ପଡ଼ିଯିବା ପରେ ଏକ ହାଇୱା କିଛି ବାଟ ଘୋଷାଡ଼ି ନେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ସହଦେବ ନାଏକ (୩୫)। ତାଙ୍କ ଘର କଳାହାଣ୍ଡି ଜିଲ୍ଲା ବଳଧିଆମାଳ ଗାଁରେ। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଲୋକେ ମୃତଦେହକୁ ରଖି ରାସ୍ତା ଅବରୋଧ କରିଛନ୍ତି। ପୁଲିସ ସେମାନଙ୍କୁ ବୁଝାସୁଝା କରୁଛି।

Advertisment

ଆଜି ସକାଳେ ସହଦେବ ସାଇକଲରେ ପୋଖରୀକୁ ଗାଧୋଇବାକୁ ଯାଉଥିଲେ। ରାସ୍ତାରେ ଗଲାବେଳେ ବାଟରେ ଛିଡ଼ା ହୋଇଥିବା ଏକ ବୋଲେରୋ ହଠାତ ଡୁଅର ଖୋଲି ଦେଇଥିଲା। ଫଳରେ ଡୁଅରରେ ପିଟି ହୋଇ ସେ ରାସ୍ତା ମଝିରେ ପଡ଼ି ଯାଇଥିଲେ। ଠିକ୍‌ ସେହି ସମୟରେ ଅପରପାର୍ଶ୍ୱରୁ ଆସୁଥିବା ଏକ ହାଇୱା ତାଙ୍କୁ କିଛି ବାଟ ଘୋଷାଡ଼ି ନେଇଥିଲା। ଘଟଣାସ୍ଥଳରେ ସହଦେବଙ୍କର ମୃତ୍ୟୁ ଘଟିଥିଲା। 

ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରି ୨୬ ନମ୍ବର ଜାତୀୟ ରାଜପଥରେ ମୃତଦେହ ରଖି ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଫଳରେ ରାସ୍ତାରେ ଶହଶହ ଗାଡ଼ି ଛିଡ଼ା ହୋଇ ରହିଛନ୍ତି। ଘଟଣାସ୍ଥଳରେ ଜୁନାଗଡ଼ ପୁଲିସ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରିଥିଲେ ବି ସନ୍ଧ୍ୟା ପର୍ଯ୍ୟନ୍ତ ଲୋକେ ରାସ୍ତାରୁ ହଟି ନାହାନ୍ତି।

Advertisment
Road Accident