Advertisment

ସମୁଦ୍ରକୁ ଯାଇଥିଲେ ମତ୍ସ୍ୟଜୀବୀ, ଓଲଟି ପଡ଼ିଲା ଡଙ୍ଗା

ଆଜି ଭୋରରୁ ବି. ବୈରାଗୀଙ୍କ ସମେତ ତିନିଜଣ ମାଛ ମାରିବାକୁ ସମୁଦ୍ରକୁ ଯାଇଥିଲେ। ମାତ୍ର ସମୁଦ୍ରରେ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡିଥିଲା ।

ଅଦ୍ୟତନ ହୋଇଛି
Dead

Dead

Advertisment

ମାଛ ମାରିବାକୁ ଭୋରୁ ଭୋରୁ ସମୁଦ୍ରକୁ ଯାଇଥିଲେ। ମାତ୍ର ଜୀବୀତ ଅବସ୍ଥାରେ ଘରକୁ ଫେରିବା ସମ୍ଭବ ହେବନି ବୋଲଇ ଭାବି ବି ନ ଥିଲେ। ମାତ୍ର ଆଖି ପିଛୁଳାକେ ଘଟିଗଲା ଅଘଟଣ । ଆଉ ଆଖି ବୁଜିଦେଲେ ମତ୍ସ୍ୟଜୀବୀ।

Advertisment

ଏପରି ଏକ ଅଘଟଣ ଆଜି ଭୋରୁ ଗଞ୍ଜାମ ଜିଲ୍ଲା ଗୋପାଳପୁର ସମୁଦ୍ରରେ ଘଟିଛି। ମୃତକ ହେଲେ ବି. ବୈରାଗୀ ।

ଆଜି ଭୋରରୁ ବି. ବୈରାଗୀଙ୍କ ସମେତ ତିନିଜଣ ମାଛ ମାରିବାକୁ ସମୁଦ୍ରକୁ ଯାଇଥିଲେ। ମାତ୍ର ସମୁଦ୍ରରେ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡିଥିଲା । ଫଳରେ ସମସ୍ତେ ପାଣିରେ ପଡ଼ିଯିବା ସହ ବୈରାଗୀ ଡଙ୍ଗା ତଳେ ଚାପି ହୋଇ ଯାଇଥିଲେ।  ଏଥିରେ ବୈରାଗୀ ଗୁରୁତର ଆହତ ହୋଇଥିଲେ ।

Advertisment

ଖବର ପାଇ ଅନ୍ୟ ମତ୍ସ୍ୟଜୀବୀ ତୁରନ୍ତ ସମୁଦ୍ରକୁ ଯାଇ ସମସ୍ତଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ।  ତୁରନ୍ତ ୩ ଜଣଙ୍କୁ ବ୍ରହ୍ମପୁର ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ବୈରାଗୀଙ୍କୁ ମୃତ ଘୋଷଣା କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଅନ୍ୟ ଦୁଇ ଜଣଙ୍କୁ ଘରକୁ ପଠାଇ ଦିଆଯାଇଛି।

 ବୈରାଗୀଙ୍କ ପତ୍ନୀଙ୍କ ଅଭିଯୋଗକ୍ରମେ ଏନେଇ ଗୋପାଳପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ୍‌ ତଦନତ ଆରମ୍ଭ କରିଛି। ଅଚାନକ ବୈରାଗୀଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। 

Ganjam Boat Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe