Advertisment

ମଝି ନଈରେ ବୁଡିଗଲା ୩୦ ପିଲାଙ୍କୁ ସ୍କୁଲ୍ ନେଇ ଯାଉଥିବା ଡଙ୍ଗା

ବିହାର ବାଗମତି ନଦୀରେ ଅଘଟଣ। ମଝି ନଈରେ ବୁଡିଗଲା ୩୦ରୁ ଊର୍ଦ୍ଧ୍ୱ ପିଲାଙ୍କୁ ସ୍କୁଲ୍ ନେଇ ଯାଉଥିବା ଡଙ୍ଗା

author-image
Debibandita Barick
ଅଦ୍ୟତନ ହୋଇଛି
Bagmati river Bihar

Bagmati river Bihar

ମଝି ନଈରେ ବୁଡିଲା ଡଙ୍ଗା। ୩୦ରୁ ଊର୍ଦ୍ଧ୍ୱ ପିଲାଙ୍କୁ ସ୍କୁଲକୁ ନେଇ ଯାଉଥିବା ଡଙ୍ଗା ବୁଡିଲା। ବିହାର ବାଗମତି ନଦୀରେ ଘଟିଛି ଏହି ଅଘଟଣ। ଖବର ପାଇ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ସୂଚନା।

Advertisment

ସୂଚନା ଅନୁସାରେ ଆଜି ପ୍ରାୟ ପୂର୍ବାହ୍ନ ସମୟରେ ଏହି ଅଘଟଣ ଘଟିଛି। ମୁଜାଫରପୁର ଜିଲ୍ଲା ନିକଟ ବାଗମତି ନଦୀରେ ହଠାତ୍ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡି ଯାଇଥିଲା। ଏନେଇ ପ୍ରତ୍ୟକ୍ଷଦର୍ଶୀ ତୁରନ୍ତ ଦମକଳ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଦେଇଥିଲେ। 

Advertisment

ଖବର ଲେଖା ହେବା ସୁଦ୍ଧା୨୦ ଜଣ ପିଲାଙ୍କୁ ଉଦ୍ଧାର କରାଯାଇଥିଲେ ବି ଅନ୍ୟମାନେ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ଉଦ୍ଧାରକାରୀ ଟିମ୍। ଘଟଣା ପରେ ଏକ ପ୍ରକାରେ ଭୟଭିତ ହୋଇ ପଡିଛନ୍ତି ଅଞ୍ଚଳବାସୀ। 

Boat Capsizes Bihar Boat Capsize News