Advertisment

କୂଳକୁ ଫେରୁଥିଲେ ୧୦ ମତ୍ସ୍ୟଜୀବୀ, ବୈତରଣୀ ମୁହାଣରେ ବୁଡ଼ିଲା ଡଙ୍ଗା

ଦୀଘା ଅଞ୍ଚଳର ୧୦ ମତ୍ସ୍ୟଜୀବୀ କିଛି ଦିନ ହେବ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ। ବାତ୍ୟା ଖବର ଶୁଣି ମତ୍ସ୍ୟଜୀବୀମାନେ କୂଳକୁ ଫେରୁଥିଲେ।

Drowning

Drowning

Advertisment

ଭଦ୍ରକ ଜିଲ୍ଲା ଧାମରା ବନ୍ଦର ନିକଟରେ ଆଜି ଏକ ଅଘଟଣ ଘଟିଛି। ବୈତରଣୀ ମୁହାଣରେ ବୁଡ଼ିଗଲା ମତ୍ସ୍ୟଜୀବୀଙ୍କ ଡଙ୍ଗା । ତେବେ ସେଥିରେ ଥିବା ସମସ୍ତ ୧୦ ମତ୍ସ୍ୟଜୀବୀ ସୁରକ୍ଷିତ ଥିବା ଜଣାଯାଇଛି।

Advertisment

ଦୀଘା ଅଞ୍ଚଳର ୧୦ ମତ୍ସ୍ୟଜୀବୀ କିଛି ଦିନ ହେବ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ। ବାତ୍ୟା ଖବର ଶୁଣି ମତ୍ସ୍ୟଜୀବୀମାନେ କୂଳକୁ ଫେରୁଥିଲେ। ମାତ୍ର କୂଳ ପାଖରେ ପହଞ୍ଚିବା ପରେ ଭାରସାମ୍ୟ ହରାଇ ବୋଟ୍‌ଟି ଉପରକୁ ଉଠି ପାରି ନ ଥିଲା। ଫଳରେ ତାହା ପାଣିରେ ବୁଡ଼ି ଯାଇଥିଲା। 

ଖବର ପାଇ ମେରାଇନ୍‌ ପୁଲିସ୍‌ ଓ ଓଡ୍ରାଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହ ମିଶି ସେମାନେ ବୋଟ୍‌ରୁ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ବାତ୍ୟା ସୂଚନା ପାଇ ସେମାନେ ଧାମରାକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି। 

Advertisment

 ମେରାଇନ୍‌ ପୁଲିସ୍‌ ଓ ଓଡ୍ରାଫ୍‌ ଟିମ୍‌ ବୋଟ୍‌ଟିକୁ କୂଳକୁ ଆଣିବାକୁ ଚେଷ୍ଟା ଚଳାଇଥିବା ବେଳେ ତାହା ସମ୍ଭବ ହୋଇ ପାରି ନ ଥିବା ଜଣାଯାଇଛି। ଏବେ ଜୁଆର ଯୋଗୁ ପାଣିର ସ୍ରୋତ ଅଧିକ ଥିବାରୁ ବୋଟ୍‌ଟିକୁ ଉଦ୍ଧାର କରିବା ସମ୍ଭବ ହୋଇ ପାରୁନି। 

ସମ୍ଭାବ୍ୟ ବାତ୍ୟା ‘ଦାନା’ ଯୋଗୁ ଗଭୀର ସମୁଦ୍ରରୁ ମତ୍ସ୍ୟଜୀବୀଙ୍କୁ ଫେରି ଆସିବାକୁ କୁହାଯାଇଛି। ଫଳରେ ଧାମରା ମୁହାଣରେ ଥିବା ୨୫୩ ପଞ୍ଜୀକୃତ ହୋଇଥିବା ବୋଟ ଗଭୀର ସମୁଦ୍ରରୁ ଫେରିଆସିଛନ୍ତି। ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ସେମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରିଛି ପ୍ରଶାସନ। ତେବେ ଏହି ପ୍ରକ୍ରିୟା କ୍ରମରେ କୂଳକୁ ବୋଟ୍‌ ଫେରୁଥିବା ବେଳେ ଆଜି ଏହି ଅଘଟଣ ଘଟିଛି।

Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe