Advertisment

ମାଛ ମାରିବାକୁ ଯାଇଥିଲେ ୬ ମତ୍ସ୍ୟଜୀବୀ, ସମୁଦ୍ରରେ ବୁଡ଼ିଲା ଡଙ୍ଗା

ମାଛ ମାରିବାକୁ ମଝି ସମୁଦ୍ରକୁ ଯାଇଥିଲେ ମତ୍ସ୍ୟଜୀବୀ। ମାତ୍ର ସମୁଦ୍ରର ଉଚ୍ଚ ଜୁଆରକୁ ସାମନା କରି ନ ପାରିବା ସହ ଅନ୍ୟ ଏକ ଡଙ୍ଗା ଧକ୍କାରେ ଅକାତ ପାଣିରେ ବୁଡ଼ିଲା ଡଙ୍ଗା।

Talsari Sea Beach

Talsari Sea Beach

Advertisment

ମାଛ ମାରିବାକୁ ମଝି ସମୁଦ୍ରକୁ ଯାଇଥିଲେ ମତ୍ସ୍ୟଜୀବୀ। ମାତ୍ର ସମୁଦ୍ରର ଉଚ୍ଚ ଜୁଆରକୁ ସାମନା କରି ନ ପାରିବା ସହ ଅନ୍ୟ ଏକ ଡଙ୍ଗା ଧକ୍କାରେ ଅକାତ ପାଣିରେ ବୁଡ଼ିଲା ଡଙ୍ଗା। ହେଲେ ସୌଭାଗ୍ୟବଶଃତ ବର୍ତ୍ତିଗଲେ ୬ ମତ୍ସ୍ୟଜୀବୀ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏପରି ଏକ ଘଟଣା ଆଜି ବାଲେଶ୍ୱର ଜିଲ୍ଲଶ ଜଳେଶ୍ୱର ଥାନା ଅଧୀନ ତାଳସାରୀ ମୁହାଣ ନିକଟସ୍ଥ ବଙ୍ଗପୋସାଗରେ ଘଟିଛି।

Advertisment

ମାଛ ମାରିବାକୁ ଆଜି ସକାଳେ ଏକ ଡଙ୍ଗାରେ ୬ ମତ୍ସ୍ୟଜୀବୀ ସମୁଦ୍ରକୁ ଯାଇଥିଲେ। ସେଠାରୁ ସେମାନେ ଇଲିସି ମାଛ ମାରି କୂଳକୁ ଫେରୁଥିଲେ। ମାତ୍ର ତାଳସାରୀ ବେଳାଭୂମି ଠାରୁ ପାଖାପାଖି ୩ କିମି ସମୁଦ୍ର ଭିତରେ ଥିବା ବେଳେ ଉଚ୍ଚ ଜୁଆର ଆସିବା ସହ ପାଖରେ ଯାଉଥିବା ଏକ ଡଙ୍ଗା ସହ ଧକ୍କା ହେବାରୁ ଡଙ୍ଗାଟି ଓଲଟି ପଡ଼ିଥିଲା। ଫଳରେ ୬ ମତ୍ସ୍ୟଜୀବୀ ସମୁଦ୍ରକୁ ଖସି ପଡ଼ିଥିଲେ। ସେମାନେ ପହଁରି ପହଁରି କୂଳରେ ଲାଗିଥିଲେ।

ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଦୀଘା ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟମାନେ ସୁସ୍ଥ ଥିବା ଜଣାଯାଇଛି।

Advertisment
Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe