Advertisment

ହ୍ରଦରେ ବୁଡିଲା ଡଙ୍ଗା; ଭାଉଜ ମୃତ, ନଣନ୍ଦ ଗୁରୁତର

ଦିନ ସାରା ଜଙ୍ଗଲରେ କାଠ ଗୋଟାଇଥିଲେ। ଅପରାହ୍ନରେ କାଠ ଧରି ଡଙ୍ଗାରେ ହ୍ରଦ ପାର ହୋଇ ଘରକୁ ଫେରୁଥିଲେ ନଣନ୍ଦ ଓ ଭାଉଜ। ହେଲେ ହ୍ରଦ ମଝିରେ ଦେଶୀ ଡଙ୍ଗାଟି ବୁଡି ଯାଇଥିଲା।

author-image
Manoranjan Sial
Ganjam

Ganjam

ହ୍ରଦରେ ବୁଡିଲା ଦେଶୀ ଡଙ୍ଗା। ଭାଉଜଙ୍କ ମୃତ୍ୟୁ ଘଟିଥିବା ବେଳେ ନଣନ୍ଦ ଗୁରୁତର ଅସୁସ୍ଥ ହୋଇଛନ୍ତି। ଅଗ୍ନିଶମ କର୍ମଚାରୀମାନେ ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ପାଣିରୁ ଉଦ୍ଧାର କରିଛନ୍ତି। ଆଜି ଅପରାହ୍ନରେ ଏପରି ହୃଦୟବିଦାରକ ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି।

Advertisment

ଛତ୍ରପୁର ହୁମର ଗାଁର ପୁଷ୍ପା ବେହେରା ଓ ତାଙ୍କ ନଣନ୍ଦ ବନୀ ବେହେରା ଏକ ଦେଶୀ ଡ଼ଙ୍ଗାରେ ତାମ୍ପରା ହ୍ରଦ ପାର୍‌ ହୋଇ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ। ଦିନ ସାରା ଜଙ୍ଗଲରେ କାଠ ଗୋଟାଇଥିଲେ। ଅପରାହ୍ନରେ କାଠ ଧରି ଡଙ୍ଗାରେ ହ୍ରଦ ପାର ହୋଇ ଘରକୁ ଫେରୁଥିଲେ ନଣନ୍ଦ ଓ ଭାଉଜ। ହେଲେ ହ୍ରଦ ମଝିରେ ଦେଶୀ ଡଙ୍ଗାଟି ବୁଡି ଯାଇଥିଲା। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଏନେଇ ଛତ୍ରପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ଅଗ୍ନିଶମ ବିଭାଗର କର୍ମରୀମାନେ ଘଟଣା ସ୍ଥଳରେ ପହଞ୍ଚି ହ୍ରଦରେ ଖୋଜାଖୋଜି କରିଥିଲେ। ବହୁ ଖୋଜାଖୋଜି ପରେ ଭାଉଜ ପୁଷ୍ପା ବେହେରାଙ୍କ ମୃତଦେହ ଉଦ୍ଧାର କରିଥିଲେ। ଆଉ ନଣନ୍ଦ ବନି ବେହେରାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରିଥିଲେ। ତାଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

Advertisment

ରିପୋର୍ଟ-ଖଲିକୋଟରୁ ଶିଲୁ ବିଶ୍ୱାଳ

Ganjam