Advertisment

କୂଅରୁ ଯାଆଁଳା ଶିଶୁଙ୍କର ମୃତଦେହ ଉଦ୍ଧାର

କୂଅରୁ ଯାଆଁଳା ଶିଶୁଙ୍କ ମୃତଦେହ ଉଦ୍ଧାର। ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ମୁଣ୍ଡାଢ଼ିପ ସାହିରେ ଘଟିଛି ଏଭଳି ଦୁଃଖଦ ଘଟଣା। ମୃତ ଯାଆଁଳା ଶିଶୁ ୩ ରୁ ୪ ମାସର ହୋଇଥିବା ବେଳେ ଜଣେ ପୁଅ ଓ ଅନ୍ୟ ଜଣେ ଝିଅ ଥିବା ଜଣାପଡ଼ିଛି।

Dhenkanal

Dhenkanal

Advertisment

କୂଅରୁ ଯାଆଁଳା ଶିଶୁଙ୍କ ମୃତଦେହ ଉଦ୍ଧାର। ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ମୁଣ୍ଡାଢ଼ିପ ସାହିରେ ଘଟିଛି ଏଭଳି ଦୁଃଖଦ ଘଟଣା। ମୃତ ଯାଆଁଳା ଶିଶୁ ୩ ରୁ ୪ ମାସର ହୋଇଥିବା ବେଳେ ଜଣେ ପୁଅ ଓ ଅନ୍ୟ ଜଣେ ଝିଅ ଥିବା ଜଣାପଡ଼ିଛି। ମୃତ ଶିଶୁ ଦୁଇଜଣ ସୁନୀଲ ସାହୁ ଙ୍କ ଯାଆଁଳା ଛୁଆ।

Advertisment

ଆଜି ସକାଳେ ଛୁଆ ଦୁଇ ଜଣ ଘରେ ଶୋଇଥିଲେ। ଆଉ ସୁନୀଲଙ୍କ ସ୍ତ୍ରୀ ତପସ୍ୱନୀ ପଡ଼ିଶା ଘରକୁ ଯାଇଥିଲେ। କିଛି ସମୟ ପରେ ଫେରିଲା ବେଳକୁ ଛୁଆ ଦୁଇ ଜଣ ବିଛଣାରେ ନଥିଲେ। ତେଣୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ମାତ୍ର ଦୁଇ ଶିଶୁଙ୍କର କୌଣସି ସନ୍ଧାନ ପାଇ ନଥିଲେ। ଆଉ ସନ୍ଧ୍ୟା ସମୟରେ ଘର ପଛପଟ ବାଡ଼ିରେ ଥିବା କୂଅରେ ଜଣେ ଶିଶୁର ମୃତଦେହ ଭାସୁଥିବାର ଦେଖିବାକୁ ପାଇଥିଲେ। ସେଇ କୂଅ ଭିତରେ ବହୁ ଖୋଜିବା ପରେ ଦୁଇ ଶିଶୁଙ୍କ ମୃତଦେହ ମିଳିଥିଲା।

ରିପୋର୍ଟ – ଅନୁଗୁଳରୁ ବିରଜା ପ୍ରସାଦ ଦାସ

Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe