Advertisment

ଶ୍ରୀକ୍ଷେତ୍ରରେ ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଲେ ଯୁବକ ଓ ଯୁବତୀ

ଆତ୍ମହତ୍ୟା କରିଥିବା ଯୁବକ ଓ ଯୁବତୀଙ୍କଠାରୁ ଆଧାର କାର୍ଡ ଓ ଭୋଟର ପରିଚୟ ପତ୍ର ମିଳିଛି। ସେମାନେ କାମ କରୁଥିବା ପରିଚୟପତ୍ରରୁ ଯୁବତୀ ଜଣକ ହେଉଛନ୍ତି କୋରାପୁଟ ଜିଲ୍ଲା କୋଟପାଡ ଅଞ୍ଚଳର ତୃପ୍ତିମୟୀ ସାହୁ।

Girl

Girl

Advertisment

ପୁରୀ ରେଳ ଷ୍ଟେସନର ୫ ନମ୍ୱର ପ୍ଲାଟ୍‌ଫର୍ମଠାରୁ ୩୦୦ମିଟର ଦୂରରେ ଟ୍ରେନ ଆଗକୁ ଡେଇଁ ପଡ଼ିଲେ ଯବକ ଓ ଯୁବତୀ। ତାଳବଣିଆ ଲେବୁଲ କ୍ରସିଂଠାରୁ ୨୦୦ ମିଟର ଦୂର ରେଳ ଧାରଣାରେ ଦୁଇ ଜଣ ଆତ୍ମହତ୍ୟା କରିଛନ୍ତି। ଜିଆରପି ଓ ଆରପିଏଫ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

Advertisment

ଆତ୍ମହତ୍ୟା କରିଥିବା ଯୁବକ ଓ ଯୁବତୀଙ୍କଠାରୁ ଆଧାର କାର୍ଡ ଓ ଭୋଟର ପରିଚୟ ପତ୍ର ମିଳିଛି। ସେମାନେ କାମ କରୁଥିବା ପରିଚୟପତ୍ରରୁ ଯୁବତୀ ଜଣକ ହେଉଛନ୍ତି କୋରାପୁଟ ଜିଲ୍ଲା କୋଟପାଡ ଅଞ୍ଚଳର ତୃପ୍ତିମୟୀ ସାହୁ। ସେହିପରି ଯୁବକ ଜଣକ ହେଲେ ଯତୀନ ଶେଖର ପାଢ଼ୀ। ତାଙ୍କ ଘର କୋରାପୁଟ୍‌ ଜିଲ୍ଲା କୋଟପାଡ ଅଞ୍ଚଳର ବୋଲି ଜଣାପଡ଼ିଛି। ଏନେଇ କୋଟ୍‌ପାଡ ଥାନାକୁ ଖବର ଦିଆଯାଇଛି। ସେମାନେ ପୁରୀକୁ କ’ଣ ପାଇଁ ଆସିଥିଲେ? କେବେଠାରୁ ଆସିଥିଲେ? ଉଭୟ ସମ୍ପର୍କ କ’ଣ? ଏ ସବୁ ତଦନ୍ତ କରାଯିବା ବୋଲି ଜିଆର୍‌ପି ଭାରପ୍ରାପ୍ତ ଅଧିକାରୀ ସନ୍ତୋଷ କୁମାର ବାହୀନିପତି କହିଛନ୍ତି।

Puri Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe