Advertisment

ଚିଲିକା ଗଣ୍ଡରେ ଗଳିପଡ଼ିଥିଲେ ନାଉରିଆ;ମିଳିଲା ମୃତଦେହ

ବିକ୍ରମଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

Boat

Boat

Advertisment

ନାଉରିଆ ବେଉସାରୁ ବର୍ଷ ବର୍ଷ ଧରି ପରିବାରର ପେଟ ପୋଷୁଥିଲେ। ତେଣୁ ରାତି ପାହିଲେ ଅକାତ କାତ ପାଣିରେ ଆହୁଲା ମାରି ଯାତ୍ରୀଙ୍କୁ ନଦୀ ପାର କରିଥାନ୍ତି। ସବୁ ଦିନ ପରି ଗତକାଲି ବି ସଅଳ ଉଠି ଚାଲି ଯାଇଥିଲେ ନଦୀକୁ । ଭାବିଥିଲେ ଦୁଇ ପଇସା ଧରି ଘରକୁ ଫେରିବେ। ମାତ୍ର ସବୁ ଗଣନା ଭୁଲ୍‌ ହୋଇଗଲା।

Advertisment

ଯାତ୍ରୀଙ୍କୁ ଧରି ଡଙ୍ଗା ନେଇ ଆଗକୁ ବଢ଼ୁଥିବା ବେଳେ ହଠାତ୍‌ ମଝି ନଦୀରେ ଗଳି ପଡ଼ିଥିଲେ ନାଉରିଆ ବିକ୍ରମ କେଶରୀ ଜାଲି। ଦୀର୍ଘ ସମୟ ଖୋଜାଖୋଜି କରିବା ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣା ଘଟିଛି ଚିଲିକା ଗଣ୍ଡରେ।

ବିକ୍ରମ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ୍‌ ସାତପଡ଼ା ଘାଟରୁ ୫ ଜଣ ଟୁରିଷ୍ଟଙ୍କୁ ଧରି ଏକ ଡଙ୍ଗା ଚିଲିକାରେ ଡଲଫିନ୍ ଦେଖାଇବା ପାଇଁ ମଗରମୁହଁ ନିକଟକୁ ଯାଇଥିଲେ। ମଝି ଚିଲିକାରେ ଅର୍ଥାତ ଚିଲିକା ଗଣ୍ଡରେ ହଠାତ ସେ ଡଙ୍ଗାରୁ ଗଳି ପଡ଼ିଥିଲେ। ଜୀବନ ବଞ୍ଚାଇବା ପାଇଁ ଡଙ୍ଗାରେ ଥିବା ପର୍ଯ୍ୟଟକମାନେ ଆର୍ତ୍ତ ଚିତ୍କାର କରିଥିଲେ। ଖବର ପାଇ ସ୍ଥାନୀୟ ଡଙ୍ଗା ଚାଳକମାନେ ଟୁରିଷ୍ଟମାନଙ୍କୁ ଉଦ୍ଧାର କରିଥିଲେ। ହେଲେ ବିକ୍ରମଙ୍କର କୌଣସି ପତ୍ତା ମିଳି ନଥିଲା। ଦୀର୍ଘ ସମୟ ଖୋଜାଖୋଜି କରିବା ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ବିକ୍ରମଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

Advertisment
Khorda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe