Advertisment

ସାଳନ୍ଦୀରେ ବୁଡ଼ି ୨କାଉଡିଆ ନିଖୋଜ ଘଟଣା; ମିଳିଲା ଜଣଙ୍କ ମୃତଦେହ

ସୋମଙ୍କ ମୃତଦେହ ଆଜି ସକାଳେ ମିଳିବା ପରେ ଗାଁରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି।

ଅଦ୍ୟତନ ହୋଇଛି
kanwariyas missing

kanwariyas missing

Advertisment

ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ସାଳନ୍ଦୀ ନଦୀରେ ଭାସି ଯାଇଥିବା ଜଣେ କାଉଡିଆଙ୍କ ମୃତଦେହ ଆଜି ସକାଳେ ଉଦ୍ଧାର କରାଯାଇଛି। ତାଙ୍କ ନାଁ ସୋମ ମହାକୁଡ। ଅନ୍ୟ ଜଣେ ଏବେ ବି ନିଖୋଜ ଅଛନ୍ତି। ଦମକଳ ବାହିନୀ ଓ ଓଡ୍ରାଫ୍ ଟିମ୍ ତାଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି।

Advertisment

ଗତକାଲି ଖଇରା ବ୍ଲକ ବଡ଼ଜୟପୁର ଗାଁର ୧୮ଜଣ କାଉଡିଆ ସାଳନ୍ଦୀ ନଦୀରୁ ପାଣି ଉଠାଇବାକୁ ଆସିଥିଲେ। ଏହି ସମୟରେ ସୋମ ସହ ତାଙ୍କର ଦୁଇ ସାଙ୍ଗ ପାଣିରେ ବୁ‍ଡିଯାଇଥିଲେ। ସ୍ଥାନୟ ଲୋକେ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ସୋମଙ୍କ ସହ ଅନ୍ୟ ଜଣେ ନିଖୋଜ ଥିଲେ। ଆଜି ସକାଳେ ସୋମର ମୃତଦେହ ଉଦ୍ଧାର କରଯାଇଛି। ଏବେବି ଅନ୍ୟ ନିଖୋଜ ଅଛନ୍ତି। ଦମକଳ ବାହିନୀ ଓ ଓଡ୍ରାଫ୍ ଟିମ୍ ତାଙ୍କୁ ଖୋଜାଖୋଜି କରୁଛନ୍ତି।

ସୋମଙ୍କ ମୃତଦେହ ଆଜି ସକାଳେ ମିଳିବା ପରେ ଗାଁରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି। ଭେଣ୍ଡିଆ ପୁଅକୁ ହରାଇ ମା’ବାପା କାନ୍ଦି କାନ୍ଦି ଗଡ଼ିଯାଉଛନ୍ତି।

Advertisment
Balasore Drowning
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe