Advertisment

ଦକ୍ଷିଣ ଆଫ୍ରିକାରେ ଫସିଛି ଓଡ଼ିଆ ଶ୍ରମିକଙ୍କ ମୃତଦେହ

୩ ଦିନ ହେଲା ସାଉଥ ଆଫ୍ରିକାରେ ଫସି ରହିଛି ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ। ମୃତଦେହ ଫେରାଇ ଆଣିବାକୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ନିବେଦନ କରିଛନ୍ତି ପରିବାର ଲୋକେ।

author-image
Biswajit Samal
ଅଦ୍ୟତନ ହୋଇଛି
kendrapara

kendrapara

୩ ଦିନ ହେଲା ସାଉଥ ଆଫ୍ରିକାରେ ଫସି ରହିଛି ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ। ମୃତଦେହ ଫେରାଇ ଆଣିବାକୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ନିବେଦନ କରିଛନ୍ତି ପରିବାର ଲୋକେ।

Advertisment

କେନ୍ଦ୍ରାପଡ଼ା ଆଳି ଥାନା ମାନପୁର ଗାଁର ଦିବାକର ଜେନା ୭ ମାସ ତଳେ ପାଣି ପାଇପ ମିସ୍ତ୍ରୀ ଭାବେ କାମ କରିବା ଲାଗି ଏଜେଣ୍ଟ ମାଧ୍ୟମରେ ସାଉଥ ଆଫ୍ରିକାର କଙ୍ଗୋ ଯାଇଥିଲା। ହେଲେ ଗତ ଶୁକ୍ରବାରଠାରୁ ଦିବାକରଙ୍କ ମୃତ୍ୟୁ ହୋଇଛି।

ଆଜି ଯାଏଁ ତାଙ୍କ ମୃତଦେହ ଘରକୁ ଫେରିପାରୁନାହିଁ। ତେବେ ସେଠାରେ ଦିବାକରଙ୍କ କେମିତି ମୃତ୍ୟୁ ହେଲା, ତାହା ମଧ୍ୟ ସ୍ପଷ୍ଟ ହୋଇପାରିନାହିଁ। ଏମିତି କି ଦିବାକର କାମକରୁଥିବା କମ୍ପାନୀ ମୃତଦେହ ଛାଡୁନଥିବା ମଧ୍ୟ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏପଟେ ପୁଅର ମୃତ୍ୟୁ ଖବର ପାଇଁ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି।

Advertisment
Muder Case Kendrapada