Advertisment

କେନାଲରେ ପଶିଗଲା ବୋଲେରୋ, ଭିତରେ ଥିଲେ ଡ୍ରାଇଭର

ସ୍ଥାନୀୟ ଲୋକଙ୍କ ସମେତ ପୁଲିସ୍‌ ଓ ଅଗ୍ନିଶମ ବାହିନୀଙ୍କ ବହୁ ପରିଶ୍ରମ ପରେ ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇଥିଲା।

Rescue

Rescue

Advertisment

କେନାଲରେ ଭାରସାମ୍ୟ ହରାଇ ଖସି ପଡ଼ିଲା ବୋଲେରୋ। ସ୍ଥାନୀୟ ଲୋକଙ୍କ ସମେତ ପୁଲିସ୍‌ ଓ ଅଗ୍ନିଶମ ବାହିନୀଙ୍କ ବହୁ ପରିଶ୍ରମ ପରେ ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇଥିଲା। ମାତ୍ର ସେତେବେଳକୁ ତାଙ୍କ ମୃତ୍ୟୁ ହୋଇ ସାରିଛି।

Advertisment

ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା ତାଳଚେର ସମଲ ବ୍ୟାରେଜ୍ ଦକ୍ଷିଣ ଶାଖା କେନାଲ ରୋଡରେ ଘଟିଛି। ମୃତ ଡ୍ରାଇଭରଜଣକ ଦେବେନ୍ଦ୍ର ପ୍ରଧାନ ବୋଲି ଜଣାପଡ଼ିଥିବା ବେଳେ ତାଙ୍କ ଘର କେଉଁଠି ତାହା ସ୍ପଷ୍ଟ ହୋଇ ପାରିନି।

ଗତ ରାତି ପ୍ରାୟ ୧୧ଟା ପରେ ଦେବେନ୍ଦ୍ର ଏକ ବୋଲେରୋ ଚଲାଇ ସମଲ ବ୍ୟାରେଜ୍ ଦକ୍ଷିଣ ଶାଖା କେନାଲ ରୋଡରେ ଯାଉଥିଲେ। ମାତ୍ର ଗୁରୁଜାଙ୍ଗ-ଜନ୍ଦାବାହାଳ ଗ୍ରାମ ପାଖରେ ଭାରସାମ୍ୟ ହରାଇ ଗାଡ଼ିଟି କେନାଲ ଭିତରକୁ ପଶି ଯାଇଥିଲା।

Advertisment

ସ୍ଥାନୀୟ ଲୋକେ ଏହା ଦେଖି ତୁରନ୍ତ ପୁଲିସ୍‌ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ବହୁ ପରିଶ୍ରମ ପରେ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ। ତୁରନ୍ତ ତାଙ୍କୁ ମେଡିକାଲ ପଠାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ତାଙ୍କ ପରିବାର ସହ ଯୋଗାଯୋଗ ସମ୍ଭବ ହୋଇ ପାରିନି।

ପୁଲିସ୍‌ ଗାଡ଼ିଟିକୁ ପାଣିରୁ ଉଦ୍ଧାର କରି ଜବତ କରିଛି।

Accident Angul
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe