Advertisment

ଇଟା ଗଦାରେ ପିଟିହେଲେ ବୋଲେରୋ, ଭିତରେ ଥିଲେ ୮ ଯାତ୍ରୀ

ଆଜି ଭୋରୁ ଭୋରୁ ଭୁବନେଶ୍ୱରରୁ ବଲାଙ୍ଗୀର ଅଭିମୁଖେ ଏକ ବୋଲେରୋ ଯାଉଥିବା ବେଳେ ଭିତରେ ୮ ଜଣ ଥିଲେ।

Accident

Accident

Advertisment

ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ବାସୁଦେବପାଲି ଛକ ନିକଟରେ ଆଜି ଭୋରରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଏକ ଇଟା ଗଦା ସହ ଧକ୍କା ହେବାରୁ ୮ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

Advertisment

ଆଜି ଭୋରୁ ଭୋରୁ ଭୁବନେଶ୍ୱରରୁ ବଲାଙ୍ଗୀର ଅଭିମୁଖେ ଏକ ବୋଲେରୋ ଯାଉଥିବା ବେଳେ ଭିତରେ ୮ ଜଣ ଥିଲେ। ମାତ୍ର ଦ୍ରୁତ ଗତିରେ ଯାଉଥିବା ଗାଡ଼ିଟି ବାସୁଦେବପାଲି ଛକ ନିକଟରେ ହୋଇଥିବା ବେଳେ ଡ୍ରାଇଭର ଭାରସାମ୍ୟ ହରାଇ ବସିଲେ। ଫଳରେ ଗାଡ଼ିଟି ରାସ୍ତା ପାର୍ଶ୍ୱରେ ଥିବା ଏକ ଇଟା ଗଦା ସହ ପିଟି ହୋଇ ଯାଇଥିଲା।

ଫଳରେ ଗାଡ଼ିରେ ବସିଥିବା ଆଠ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଦୁଇଜଣ ଗୁରୁତର ଅଛନ୍ତି। ସମସ୍ତଙ୍କୁ ସୋନେପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ସେମାନେ କେଉଁ ଗାଁର ଏ ପର୍ଯ୍ୟନ୍ତ ପରିଚୟ ମିଳିନାହିଁ। ମନମୁଣ୍ଡା ପୁଲିସ ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରୁଛି।

Advertisment
Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe