Bolero
ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ବୋଲେରୋ ପ୍ରାୟ ଦୁଇ ଶହ ଫୁଟ ତଳକୁ ଖସିପଡ଼ିବାରୁ ୫ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣାଟି ଘଟିଛି ଗଜପତି ଜିଲ୍ଲା ଅଡ଼ବା ଥାନା ତୁଆବାଡ଼ି ଘାଟିରେ।
ଅଡ଼ବା ଟାଟା ପାୱାରର ୫ ଜଣ କର୍ମଚାରୀ କଟାମା ଅଞ୍ଚଳରେ ପାଟ୍ରୋଲିଂ ସାରି ଗତକାଲି ରାତି ପ୍ରାୟ ୧୧ଟା ବେଳେ ଅଡ଼ବା ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସେମାନଙ୍କୁ ନେଇ ଫେରୁଥିବା ବୋଲେରୋ ଭାରସାମ୍ୟ ହରାଇ ଘାଟି ରାସ୍ତାରୁ ପ୍ରାୟ ୨୦୦ ଫୁଟ୍ ତଳକୁ ଖସି ପଡ଼ିଥିଲା। ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଅଡ଼ବା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅଡ଼ବାରୁ ବ୍ରହ୍ମପୁର ସ୍ଥିତ ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କୁ ସେଠାରୁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି। ଗୁରୁତର ଆହତ ହୋଇଥିବା ଅଡ଼ବା ଟାଟା ପାୱାରର କର୍ମଚାରୀମାନେ ହେଉଛନ୍ତି- ଆକାଶ ନୟାଜ, ଶଙ୍କର ରେଡି ଓ ବାବୁଲା ବିଷୋୟୀ। ପୁଲିସ୍ ଏହି ଘଟଣାର ତଦନ୍ତ କରୁଛି।
ମୋହନାରୁ ମିହିର ଜତିଙ୍କ ରିପୋର୍ଟ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Bolero_1718349829.jpg)