Advertisment

ଚଳନ୍ତା ଗାଡ଼ିରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ୬ ଯାତ୍ରୀ

ବୋଲେରୋଟିରେ ଦୁଇ ଜଣ ମହିଳା ଓ ଚାରି ଜଣ ପୁରୁଷ ଥିଲେ।

author-image
Ordigital Desk
Accident

Accident

କୋରାପୁଟ ସହର ଉପକଣ୍ଠସ୍ଥ ନିଉ କଲୋନୀ ନିକଟରେ ଆଜି ସନ୍ଧ୍ୟାରେ ଏକ ଚଳନ୍ତା ବୋଲେରୋ ଗାଡ଼ିରେ ନିଆଁ ଲାଗିଯାଇଥିଲା। ସୂଚନା ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଘଟଣା ଯୋଗୁଁ ୨୬ ଜାତୀୟ ରାଜପଥରେ କିଛି ସମୟ ପାଇଁ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ପରେ ସ୍ଥାନୀୟ ପୁଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲା ଓ ଗାଡ଼ି ମୋଟର ଚଳାଚଳ ସ୍ଵାଭାବିକ ହୋଇଥିଲା। 

Advertisment

ବୋଲେରୋଟିରେ ଦୁଇ ଜଣ ମହିଳା ଓ ଚାରି ଜଣ ପୁରୁଷ ଥିଲେ। ସେମାନେ ଉମରକୋଟରୁ ସେମିଳିଗୁଡା ବ୍ଲକ୍ ରେଂଗା ପଞ୍ଚାୟତ ମାଳିଗୁଞ୍ଜା ଗାଁକୁ ଯାଉଥିଲେ। ରାସ୍ତାରେ ଚଳନ୍ତା ଅବସ୍ଥାରେ ହିଁ ଗାଡ଼ିରେ ନିଆଁ ଲାଗିଯାଇଥିଲା । ଫଳରେ ଡ୍ରାଇଭର ଗାଡ଼ି ରଖି ଦେବାରୁ ସମସ୍ତେ ବଞ୍ଚି ଯାଇଥିଲେ। ତେବେ ଗାଡ଼ି ସଂପୂର୍ଣ୍ଣ ଭାବେ ଜଳି ଯାଇଛି ।  

Accident Road Accident