Advertisment

ରାତି ଅଧରେ ଓଲଟି ପଡ଼ିଲା ବୋଲେରା, ଭିତରେ ଥିଲେ ୬ ଜଣ

ଗତକାଲି ମଧ୍ୟ ରାତ୍ରରେ ଏକ ବୋଲେରୋ ଗାଡି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା । ଫଳରେ ନିକଟରେ ଥିବା ଏକ ଘରର କାନ୍ଥ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Accident

Accident

ଦ୍ରୁତ ଗତିରେ ଆସୁଥିବା ବୋଲେରାଟି ହଠାତ୍‌ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଲା। ଉକ୍ତ ସମୟରେ ବୋଲେରୋରେ ୬ ଜଣ ଥିବା ବେଳେ ସେମାନେ ଆହତ ହୋଇଥିବା ଜଣାଯାଇଛି। ଏପରି ଏକ ଘଟଣା ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା କନ୍ତରକୋଇଡା ସ୍କୁଲ ନିକଟରେ ଗତକାଲି ବିଳମ୍ବିତ ରାତିରେ ଘଟିଛି।

Advertisment

ଗତକାଲି ମଧ୍ୟ ରାତ୍ରରେ ଏକ ବୋଲେରୋ ଗାଡି କୋଇଡା ବଜାର ପଟରୁ ଜଲଢ଼ି ଗାଁ ଅଭିମୁଖେ ଫେରୁଥିଲା। ମାତ୍ର କନ୍ତରକୋଇଡା ସ୍କୁଲ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା । ଫଳରେ ନିକଟରେ ଥିବା ଏକ ଘରର କାନ୍ଥ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି।

ଉକ୍ତ ସମୟରେ ଗାଡ଼ିରେ ୬ ଜଣ ଥିବା ବେଳେ ସେମାନେ ଗାଡ଼ିରୁ ବାହାରି କେଉଁଆଡେ ଚାଲି ଯାଇଥିବା ଜଣାଯାଇଛି। ଘଟଣାସ୍ଥଳରୁ ଡ୍ରାଇଭର ବି ଫେରାର ହୋଇ ଯାଇଥିବା ବେଳେ ଗାଡ଼ିଟି ପଡ଼ି ରହିଛି।

Advertisment

ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଆହତମାନଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳି ପାରିନି।

Sundargarh Road Accident