Advertisment

ଗଛରେ ପିଟି ହୋଇ ଓଲଟିଲା ବୋଲେରୋ, ଚାଳକ ମୃତ

ଏକ ବୋଲେରୋ ଭାରସାମ୍ୟ ହରାଇ ଗଛରେ ବାଡେଇ ହୋଇ ଗାଡ଼ିଟି ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ଗାଡି ଚାଳକଙ୍କ ମୃତ୍ୟୁ ଘଟିଛି।

ଅଦ୍ୟତନ ହୋଇଛି
Accident

Accident

Advertisment

ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଜକେଇକଳା ଗାଁ ମୁଣ୍ଡରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଭାରସାମ୍ୟ ହରାଇ ଗଛରେ ବାଡେଇ ହୋଇ ଗାଡ଼ିଟି ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ଗାଡି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ମହୁଲଡିଆ ଗ୍ରାମର ମୁରଲୀ ଧର ସାହୁ ବୋଲି ଜଣାଯାଇଛି।

Advertisment

ମୁରଲୀ ଏକ ବୋଲେରୋରେ ବଣେଇ ଚୈତ୍ର ମେଳା ଦେଖିବାକୁ ଯାଇଥିଲେ। ସେଠାରୁ ସେ ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରୁ ଥିଲେ। ମାତ୍ର ଗାଡିଟି ଭାରସାମ୍ୟ ହରାଇ ପ୍ରଥମେ ଏକ ଗଛରେ ପିଟି ହୋଇ ରାସ୍ତା କଡ଼ରେ ଓଲଟି ପଡ଼ିଥିଲା। ଫଳରେ ମୁରଲୀ ଗାଡ଼ି ଭିତରେ ଚାପି ହୋଇ ଯାଇଥିଲେ।

ସ୍ଥାନୀୟ ଲୋକେ ତୁରନ୍ତ ପହଞ୍ଚି ଚାପି ହୋଇଥିବା ବାହାର କରି ଆମ୍ବୁଲାନ୍ସ ଯୋଗେ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ କ’ଣ ପାଇଁ ଏପରି ଦୁର୍ଘଟଣା ଘଟିଲା ପୁଲିସ୍‌ ତାହାର ତଦନ୍ତ କରୁଛି।

Advertisment
Sundargarh Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe