Advertisment

ବରଯାତ୍ରୀ ଧରି ଫେରୁଥିଲା ବୋଲେରୋ; ଡମ୍ପର ପଛରେ ପିଟି ହେଲା, ୭ ଗୁରୁତର

ବରଯାତ୍ରୀ ଧରି ଫେରୁଥିବା ଏକ ବୋଲେରୋ ଏକ ବାଲି ବୋଝେଇ ଡମ୍ପରକୁ ପଛରୁ ପିଟିବାରୁ ୭ ଜଣ ଗୁରୁତର ହୋଇଛନ୍ତି।

author-image
Niharika Rout
Accident

Accident

ବାଲେଶ୍ୱର ଜିଲ୍ଲା ସୋର ଥାନା ଦହିସଡା ନିକଟରେ ଆଜି ଭୋରରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବରଯାତ୍ରୀ ଧରି ଫେରୁଥିବା ଏକ ବୋଲେରୋ ଏକ ବାଲି ବୋଝେଇ ଡମ୍ପରକୁ ପଛରୁ ପିଟିବାରୁ ୭ ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

୯ ଜଣ ବରଯାତ୍ରୀଙ୍କୁ ନେଇ ଏକ ବୋଲେରୋ ଗତକାଲି ବିଳମ୍ବିତ ରାତିରେ କଟକରୁ ପାରଦୀପା ଗାଁ ଅଭିମୁଖେ ଫେରୁଥିଲା। ବୋଲେରୋଟି ଆଜି ଭୋରରୁ ଦହିସଡା ନିକଟରେ ପହଞ୍ଚିଥିଲା। ଉକ୍ତ ସମୟରେ ଏକ ବାଲି ବୋଝେଇ ଡମ୍ପର ରାସ୍ତା ଉପରେ ଛିଡ଼ା ହୋଇଥିବା ବେଳେ ବୋଲେରୋ ଚାଳକ ତାହାକୁ ଦେଖି ପାରି ନ ଥିଲେ। ଫଳରେ ଦ୍ରୁତ ଗତିରେ ଆସୁଥିବା ବୋଲେରୋଟି ଡମ୍ପର ପଛ ପଟେ ପିଟି ହୋଇଥିଲା।

ଖବର ପାଇ ସ୍ଥାନୀୟ ଅଞ୍ଚଳବାସୀ ଓ ପୁଲିସ୍‌ ତୁରନ୍ତ ବୋଲେରୋରୁ ୭ ଗୁରୁତରଙ୍କୁ ଉଦ୍ଧାର କରି କରି ସୋର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଛନ୍ତି। ସମସ୍ତ ଗୁରୁତରଙ୍କ ଘର ବାଲେଶ୍ୱର ସଦର ବ୍ଲକ ପାରଦୀପା ଗାଁରେ ବୋଲି ଜଣାଯାଇଛି।

Advertisment
Balasore Road Accident