Advertisment

ବୋଇତ ବନ୍ଦାଣ ଉତ୍ସବ ବେଳେ ଅଘଟଣ, ମଝି ସମୁଦ୍ରରେ ଫସିଲା ଦୁଇ ବୋଟ୍‌

ସାଧବ ପୁଅଙ୍କୁ ନେଇ ସମୁଦ୍ରକୁ ଯାଇଥିବା ଦୁଇ ବୋଟ୍‌ ସମୁଦ୍ର ମଝିରେ ଫସି ରହିଛି। ଫଳରେ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ପ୍ରାୟ ୫୦ରୁ ଅଧିକ ଲୋକ ମଝି ସମୁଦ୍ରରେ ଫସି ରହିଛନ୍ତି।

author-image
Niharika Rout
Boat in Sea

Boat in Sea

ଆଜି କାର୍ତ୍ତିକ ପୂର୍ଣ୍ଣିମା। ଓଡ଼ିଶାର ନୌବାଣିଜ୍ୟିକ ପରମ୍ପରାକୁ ମନେ ପକାଇ ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ଉତ୍ସବ ପାଳନ ହେଉଥିବା ବେଳେ ସାଧବ ପୁଅ ଜଳଯାତ୍ରା କରୁଛନ୍ତି।

Advertisment

ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲା ବାସୁଦେବପୁରରେ ସାଧବ ପୁଅଙ୍କୁ ନେଇ ସମୁଦ୍ରକୁ ଯାଇଥିବା ଦୁଇ ବୋଟ୍‌ ସମୁଦ୍ର ମଝିରେ ଫସି ରହିଛି। ଫଳରେ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ପ୍ରାୟ ୫୦ରୁ ଅଧିକ ଲୋକ ମଝି ସମୁଦ୍ରରେ ଫସି ରହିଛନ୍ତି।

ଆଜି ବୋଇତ ବନ୍ଦାଣ ଥିବାରୁ ସକାଳେ ପୂଜାର୍ଚ୍ଚନା ପରେ ବିଧି ମୁତାବକ ସମୁଦ୍ରକୁ ବୋଟ୍‌ରେ ଯାଇଥିଲେ ସାଧବ ପୁଅ। ଏଥିସହ ଅନ୍ୟ ଏକ ବୋଟ୍‌ରେ ୫୦ରୁ ଅଧିକ ଲୋକ ବି ଯାଇଥିଲେ। ମାତ୍ର ଜୁଆରର ପ୍ରଖରତା କମିଯିବାରୁ ଚୂଡ଼ାମଣି ମୁହାଣରେ ଦୁଇଟି ବୋଟ୍‌ ଫସି ଯାଇଥିବା ଜଣାଯାଇଛି।

Advertisment

ସୂଚନା ପାଇ ସମସ୍ତଙ୍କୁ ଉଦ୍ଧାର ପାଇଁ ଦୁଇଟି ଛୋଟ ଡଙ୍ଗା ପଠାଯାଇଥିଲା। ସେଥିମଧ୍ୟରୁ ଗୋଟିଏ ଡଙ୍ଗାରେ ସାଧବ ପୁଅମାନେ କୂଳକୁ ଫେରିଥିବା ବେଳେ ଅନ୍ୟ ବୋଟରେ ଥିବା ଯାତ୍ରୀମାନେ ଫସି ରହିଛନ୍ତି। ସେମାନଙ୍କ ନିକଟରେ ଡଙ୍ଗା ପହଞ୍ଚି ପାରୁନି। ଫଳରେ ସେମାନେ ଛାନିଆ ହୋଇ ପଡ଼ିଥିବା ବେଳେ ସୂଚନା ପାଇ ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପହଞ୍ଚିଥିବା ଜଣାଯାଇଛି

Bhadrak