କାନ୍ଥ ପଡ଼ି ଚାଲିଗଲା ଅଢେଇ ବର୍ଷର ଶିଶୁ ପୁତ୍ରର ଜୀବନ। ତା’ ବାପାମା’ଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ବାଇବାଲି ଗ୍ରାମ ନିକଟ ତୋଟା ସାହିରେ ଏହି ଅଘଟଣ ଘଟିଛି। ବର୍ଷା ଯୋଗୁ ଏହି ଅଘଟଣ ଘଟିଛି ବୋଲି କୁହାଯାଉଛି
ମୃତ ଶିଶୁ ଜଣକ ହେଉଛନ୍ତି ବସନ୍ତ ପ୍ରଧାନଙ୍କ ପୁଅ ରିଷି ପ୍ରଧାନ। ବାପା ଓ ମା ଉଭୟ ଗୁରୁତର ହୋଇ ଭଞ୍ଜନଗର ମେଡ଼ିକାଲରେ ଭର୍ତି ହୋଇଛନ୍ତି।
ଗତକାଲି ରାତିରେ ବାପାମା’ଙ୍କ ସହ ଶିଶୁ ପୁତ୍ରଟି ରାତିରେ ଘରେ ଶୋଇଥିଲା। ଏହି ସମୟରେ ହଠାତ୍ ଘରର ଏକ କାନ୍ଥ ସେମାନଙ୍କ ଉପରେ ପଡ଼ି ଯାଇଥିଲା। ଘଟଣାସ୍ଥଳରେ ଶିଶୁ ପୁତ୍ରର ଜୀବନ ଚାଲି ଯାଇଥିଲା। ଚିତ୍କାର ଶୁଣି ପଡ଼ୋଶୀମାନେ ଧାଇଁ ଆସିଥିଲେ। ଦମ୍ପତିଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
ସୂଚନାଯୋଗ୍ୟ, କିଛି ଦିନ ହେବା ରାଜ୍ୟରେ ବର୍ଷା ଲାଗି ରହିଛି। ବର୍ଷା ଯୋଗୁ ଘରର ମାଟି କାନ୍ଥ ଦୁର୍ବଳ ହୋଇଯାଇଥିଲା ଓ ଏହା ଭୁଶୁଡ଼ି ପଡ଼ିଥିଲା ବୋଲି କୁହାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
କାରକୁ ପିଟିଲା ହାଇୱା, ୨ ବିଜେପି କର୍ମୀଙ୍କ ମୃତ୍ୟୁ
ଦେବେନ୍ଦ୍ର ଓ ମୁରଲୀଧର କୌଣସି କାମରେ ଭୁବନେଶ୍ୱର ଯାଇଥିଲେ। ସେମାନେ ଟ୍ରେନ୍ ଯୋଗେ ସମ୍ବଲପୁର ଫେରିଥିଲେ। ସେଠାରୁ ଗାଁକୁ ଫେରିବା ପାଇଁ ସେମାନେ କାର ମଗାଇଥିଲେ।
Accident
ଧାନ ଅମଳ ମେସିନ୍ ଓଲଟି ପଡ଼ିଲା, ଦୁଇ ଭଉଣୀଙ୍କ ମୃତ୍ୟୁ
ଟ୍ରାକ୍ଟରରେ ଧାନ ଅମଳ ମେସିନ୍ ଲୋଡ୍ କରି ଏକ ଟ୍ରାକ୍ଟର ଯୋଡ଼ାବର ଅଞ୍ଚଳକୁ ଯାଇଥିଲା। ସେହି ଟ୍ରାକ୍ଟରରେ ବସିଥିଲେ ମାଝୀସାହିର ରାଜୁ ହାଂସଦାଙ୍କ ଝିଅ ଦୁଲାରୀ ହାଁସଦା ଓ ରାଣୀ ହାଁସଦା। ଟ୍ରାକ୍ଟରଟି ନାଳରେ ଓଲଟି ପଡ଼ିଥିଲା।
Accident
ଗ୍ୟାସ ସିଲିଣ୍ଡରରୁ ଲାଗିଲା ନିଆଁ; ଜଳିଗଲେ ପତ୍ନୀ, ସରପଞ୍ଚ ଗୁରୁତର
ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଜଳିଗଲେ ସରପଞ୍ଚଙ୍କ ପତ୍ନୀ । ସରପଞ୍ଚ ବି ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିବା ବେଳେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
Accident
ବୃଦ୍ଧଙ୍କୁ ଗୋଡ଼ାଇ ଗୋଡ଼ାଇ କଚାଡ଼ିଲା ଦନ୍ତା; ମୃତଦେହ ଛାଡ଼ୁ ନାହାନ୍ତି ଗ୍ରାମବାସୀ
ରାତି ଅଧରେ ଜଙ୍ଗଲ ମଝିରେ ଦନ୍ତା ହାବୁଡ଼ରେ ପଡ଼ିଗଲେ ବୃଦ୍ଧ। ଦନ୍ତା ଗୋଡ଼ାଇ ଗୋଡ଼ାଇ କଚାଡ଼ି ଜୀବନ ନେଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି ସହ ଉକ୍ତ ଦନ୍ତାକୁ ଟ୍ରାଙ୍କୁଲାଇଜ୍ କରି ଅନ୍ୟତ୍ର ଛାଡ଼ିବାକୁ ଦାବି କରି ସ୍ଥାନୀୟ ଲୋକେ ରାତି ସାରା ମୃତଦେହକୁ ଜଗି ବସିଛନ୍ତି।
Accident
ଅଟୋ-ବାଇକ୍ ପିଟାପିଟି; ଜଣେ ମୃତ, ୫ ମେଡ଼ିକାଲ୍ରେ
ତେନ୍ତୁଳିଖୁଣ୍ଟି ଥାନା କଣ୍ଟାଗାଁ ଗାଁର ଅଭିମନ୍ୟୁ ମାଝୀଙ୍କ ପରିବାର ଲୋକ ଏକ ଅଟୋରେ ନବରଙ୍ଗପୁର କୋର୍ଟକୁ ଯାଇଥିଲେ। କୋର୍ଟରେ କାମ ସାରିବା ପରେ ସେହି ଅଟୋରେ ସେମାନେ ନିଜ ଗାଁକୁ ଫେରୁଥିଲେ।