Advertisment

ନାବାଳକ ଉପରେ ମାଡ଼ିଗଲା କାର୍

ଉତ୍ତ୍ୟକ୍ତ ବସ୍ତି ବାସିନ୍ଦା ଦୁର୍ଘଟଣା ଘଟାଇଥିବା ଗାଡିଟିକୁ ଅଟକ ରଖି କ୍ଷତିପୂରଣ ଦାବିରେ ଅଡି ବସିଥିଲେ।

author-image
Tapaswini Nayak
Road Accident

Road Accident

ନାବାଳକ ଉପରେ ମାଡ଼ିଗଲା କାର୍। ରାଜଧାନୀ ଭୁବନେଶ୍ୱର ୟୁନିଟ୍-୨ ଅଂଚଳ ବିଧାନସଭା ପଛ ପଟ ବସ୍ତିରେ ଏହି ଦୁର୍ଘଟଣା ଘଟିଛି। ଆହତ ପିଲାଟିକୁ ହସପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଗତକାଲି ରାତିରେ ଏକ କାର୍ ଦ୍ରୁତ ଗତିରେ ଆସି ବିଧାନସଭା ପଛ ପଟ ବସ୍ତିରେ ଥିବା ପାଚେରୀକୁ ଧକ୍କା ଦେଇଥିଲା। ପରେ ନାବାଳକକୁ ଧକ୍କା ଦେଇଥିଲା। ବସ୍ତି ବାସିନ୍ଦା ଦୌଡ଼ି ଆସିବାରୁ ଗାଡ଼ିରେ ଥିବା ୩ ଜଣ ଯୁବକ ସେଠାରୁ ଫେରାର ହୋଇଯାଇଥିଲେ।

ସ୍ଥାନୀୟ ଲୋକେ ପିଲାଟିକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଉତ୍ତ୍ୟକ୍ତ ବସ୍ତି ବାସିନ୍ଦା ଦୁର୍ଘଟଣା ଘଟାଇଥିବା ଗାଡିଟିକୁ ଅଟକ ରଖି କ୍ଷତିପୂରଣ ଦାବିରେ ଅଡି ବସିଥିଲେ। କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ସ୍ଥଳରେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ପରେ ଉତ୍ତେଜନା ଥମିଥିଲା। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Bhubaneswar Roadaccident