Advertisment

ପୁରୀ ମୁଖ୍ୟ କେନାଲରେ ୨୦ ଫୁଟର ଘାଇ

ଉପର ମୁଣ୍ଡରେ ପାଣି ଛଡ଼।ଯାଇ ତଳ ମୁଣ୍ଡ ଗେଟ ବନ୍ଦ ଯୋଗୁଁ ଉପୁଜିଛି ଏହି ସମସ୍ୟା।

Breach

Breach

Advertisment

ଭୁବନେଶ୍ୱର ନିକଟସ୍ଥ ବାଳକାଟୀ ଠାରେ ପୁରୀ ମୁଖ୍ୟ କେନାଲର ସାଇଫନ୍ ପାଖରେ ଦକ୍ଷିଣ ପାର୍ଶ୍ଵ ବନ୍ଧରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି। ଭାର୍ଗବୀ ନଦୀ ଓ ଚନ୍ଦନପୁର କେନାଲ ଗେଟ ବନ୍ଦ ଥିବାରୁ ଓଭର୍ ଫ୍ଲୋ ହୋଇ ବନ୍ଧ ଭାଙ୍ଗିଥିବା ସୂଚନା ମିଳିଛି। ରାତି ପ୍ରାୟ ତିନିଟାରେ ଘାଇ ଭାଙ୍ଗିଥିବା ଜଣାପଡ଼ିଛି। ଗେଟ ଗୁଡ଼ିକୁ ଖୋଲାଯିବା ପରେ ପାଣି କମୁଛି।

Advertisment

ଉପର ମୁଣ୍ଡରେ ପାଣି ଛଡ଼।ଯାଇ ତଳ ମୁଣ୍ଡ ଗେଟ ବନ୍ଦ ଯୋଗୁଁ ଉପୁଜିଛି ଏହି ସମସ୍ୟା। ସ୍ଥାନୀୟ ଲୋକେ ଓ ବିଭାଗୀୟ କର୍ମଚାରୀଙ୍କ ଉଦ୍ୟମରେ ପାଣିକୁ ଆୟତ ପାଇଁ ଉଦ୍ୟମ ଜାରି। ଭାର୍ଗବୀ ନଦୀକୁ ଥିବା ଛଅଟି ଗେଟ୍ ଓ ଚନ୍ଦନପୁର କେନାଲକୁ ଥିବା ଦୁଇଟି ଗେଟ୍ ଖୋଲିବା ପରେ ପାଣି ନିଷ୍କାସିତ ହେଉଛି।

ଅନ୍ୟପକ୍ଷରେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢୁଛି। ଆଜି ସକାଳ ୬ଟା ସୁଦ୍ଧା ଜଳସ୍ତର ୬୨୧.୯୫ ଫୁଟ ରହିଥିଲା। ସେଠାରୁ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ହୀରାକୁଦକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୩,୮୮,୯୩୧ କ୍ୟୁସେକ ଜଳ। ସେହିପରି ପ୍ରତିସେକେଣ୍ଡରେ ସେଠାରୁ ୩,୫୫,୭୯୩ କ୍ୟୁସେକ ବନ୍ୟାଜଳ ନିଷ୍କାସିତ ହେଉଛି।

Advertisment
Flood In Odisha Flood Situation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe