Advertisment

ସବୁ ସାରିଦେଲା ପାହାଡ଼ିଆ ନଦୀ ପାଣି; ବାହ୍ୟ ଜଗତରୁ ବିଚ୍ଛିନ୍ନ ୧୫ରୁ ଊର୍ଦ୍ଧ୍ୱ ଗାଁ

ଶୁକ୍ରବାର ରାତିରୁ କନ୍ଧମାଳ ଜିଲ୍ଲାରେ ବର୍ଷା ଲାଗି ରହିଛି। ସକାଳେ କିଛି ସମୟ ପାଇଁ ବର୍ଷା ଛାଡ଼ି ଯାଇଥିଲା। ଖରା ମଧ୍ୟ ହୋଇଥିଲା। ହେଲେ ମଧ୍ୟାହ୍ନରେ ପ୍ରବଳ ବର୍ଷା ହୋଇଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Bridge

Bridge

ପାହାଡ଼ିଆ ନଦୀ ପାଣି ଭସାଇନେଲା ଆପ୍ରୋଚ୍‌ ରୋଡ୍‌। ଯେଉଁଥିପାଇଁ ୧୫ରୁ ଊର୍ଦ୍ଧ୍ୱ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଲୋକମାନେ ଗୃହବନ୍ଦୀ ଜୀବନ ଅତିବାହିତ କରୁଛନ୍ତି। ଲଗାଣ ବର୍ଷା ଯୋଗୁ ଏପରି ବେହାଲ୍‌ ସ୍ଥିତି ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାରେ।

Advertisment

ଫିରିଙ୍ଗିଆ ବ୍ଲକ୍‌ ମୁଣ୍ଡାସାହି-ଶଗଡ଼ା ରାସ୍ତା ସଂଯୋଗ କରୁଛି କାଟ୍ରାମାଲା, ସିଗାଡ଼ି, ମହାନ୍ତିଗୋଚ୍ଛାପଡ଼ା, ସୁରକାନ, କଣପା, ବାରପୁତୁଲୀ, ଆଡିସିଂ, ଟଙ୍କିଆପଦର, କାକଡିପଙ୍ଗା, ଶାଗଡ଼ା ଭଳି ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ଗାଁକୁ। ହେଲେ ଏହି ରାସ୍ତା ଏବେ ପାହାଡ଼ିଆ ନଦୀ ପାଣି କବ୍‌ଜାରେ। ଲଗାଣ ବର୍ଷା ଯୋଗୁ ପାହାଡ଼ିଆ ନଦୀ ପାଣିରେ ବ୍ରିଜ୍‌ର ଆପ୍ରୋଚ୍‌ ରୋଡ୍‌ ଧୋଇ ହୋଇଯାଇଛି। ଯେଉଁଥିପାଇଁ ବାହ୍ୟ ଜଗତରୁ ଏହି ସବୁ ଗାଁ ବିଚ୍ଛିନ୍ନ ହୋଇଯାଇଛି। ଲୋକମାନେ ଏକ ପ୍ରକାର ଗୃହବନ୍ଦୀ ଜୀବନ କାଟୁଛନ୍ତି। ନା କେହି କେଉଁଠିକି ଯାଇପାରୁଛନ୍ତି, ନା କେହି ଆସିବାହାନ୍ତି।

ସୂଚନାରୁ ପ୍ରକାଶ, ଶୁକ୍ରବାର ରାତିରୁ କନ୍ଧମାଳ ଜିଲ୍ଲାରେ ବର୍ଷା ଲାଗି ରହିଛି। ସକାଳେ କିଛି ସମୟ ପାଇଁ ବର୍ଷା ଛାଡ଼ି ଯାଇଥିଲା। ଖରା ମଧ୍ୟ ହୋଇଥିଲା। ହେଲେ ମଧ୍ୟାହ୍ନରେ ପ୍ରବଳ ବର୍ଷା ହୋଇଥିଲା। ଅପରାହ୍ନ ପ୍ରାୟ ସାଢ଼େ ଦୁଇଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିଲା। ଯେଉଁଥିପାଇଁ ଜୀବନ ଯାତ୍ରା ପ୍ରଭାବିତ ହୋଇଥିଲା। ଯେଉଁଥିପାଇଁ ପାହାଡ଼ିଆ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା।

Advertisment

ରିପୋର୍ଟ- ଫୁଲବାଣୀରୁ ତ୍ରିନାଥ ସାହୁ

Weather Report Rain Kandhamal