Advertisment

ଭୁଶୁଡ଼ି ପଡ଼ିଲା ବ୍ରିଜ୍, ଯାତାୟତ ବାଧାପ୍ରାପ୍ତ

୨୦୦୭-୦୮ରେ ଏହି ପୋଲଟି ତିଆରି ହୋଇଥିଲା।

ଅଦ୍ୟତନ ହୋଇଛି
Bridge collapse

Bridge collapse

Advertisment

ଯାଜପୁର ଜିଲ୍ଲା ରସୁଲପୁର ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଥିବା ପୋଲ ଭୁଶୁଡ଼ି ପଡ଼ିଛି। ବ୍ରିଜର ଗୋଟିଏ ସ୍ପାନ ସଂପୂର୍ଣ୍ଣ ଭୁଶୁଡ଼ି  ପଡ଼ିବାରୁ ଚେନ୍ନାଇ-କୋଲକତା ୧୬ ନମ୍ବର ଜାତୀୟ ରାଜପଥରେ ଗୋଟିଏ ଲାଇନରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ଆଜି ଭୋରରୁ ଏହି ଅଘଟଣ ଘଟିଛି।

Advertisment

ତେବେ ସକାଳ ସମୟରେ ବ୍ରିଜ୍  ଭୁଶୁଡ଼ି ପଡ଼ିବାରୁ ଏହା ଗାଡ଼ି ଚାଳକଙ୍କ ନଜରକୁ ଆସିପାରିଥିଲା। ଫଳରେ କୌଣସି ପ୍ରକାର ବଡ଼ ଅଘଟଣକୁ  ଏଡ଼ାଇ ଦିଆଯାଇ ପାରିଛି। ଯାହାଫଳରେ କାହାର କିଛି କ୍ଷତି ହୋଇ ନାହିଁ।

ବ୍ରିଜ୍‌ ଭୁଶୁଡ଼ି ଯୋଗୁ ଗାଡ଼ି ଚଳାଚଳକୁ ବନ୍ଦ କରି ଦିଆଯାଇଛି। ଅନ୍ୟ ଏକ ରାସ୍ତା ଦେଇ ଗାଡ଼ିମଟର ଯାତାୟତ କରୁଛନ୍ତି। ପ୍ରତିଦିନ ଶହଶହ ଲୋକ ଓ ଗାଡ଼ି ମଟର ନେଇ  ଯିବା ବାଲେଶ୍ୱରରୁ ଭୁବନେଶ୍ୱର ଏହି ବ୍ରିଜ ଦେଇ ଯିବା ଆସିବା କରିଥାନ୍ତି। 

Advertisment

ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, ୨୦୦୭-୦୮ରେ ଏହି ପୋଲଟି ତିଆରି ହୋଇଥିଲା। ଆଜି ସକାଳେ ପୋଲଟି ଭୁଶୁପଡ଼ିଥିଲା। ନିମ୍ନମାନର କାମ ଯୋଗୁ ପୋଲଟି ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି।  

ଏନଏଚଏଆଇ ପ୍ରକଳ୍ପ ନିର୍ଦ୍ଦେଶକ ଜେପି ବର୍ମା କହିଛନ୍ତି, ନିର୍ମାଣଗତ ତ୍ରୁଟି ପାଇଁ ଯାଜପୁର ରସୁଲପୁର NH-୧୬ରେ ଥିବା ବ୍ରିଜ୍ ଭୁଶୁଡ଼ି ପଡ଼ିଛି। ନିର୍ମାଣଗତ ତ୍ରୁଟିର ଅନୁଧ୍ୟାନ ପାଇଁ ବିଶେଷଜ୍ଞ କମିଟି ଆସୁଛି। ଏଥିପାଇଁ ବିଶେଷଜ୍ଞ କମିଟିର ରିପୋର୍ଟକୁ ଅପେକ୍ଷା କରିବାକୁ ପଡ଼ିବ। ୨୦୦୮ ମସିହାରେ ଏହି ବ୍ରିଜ୍ ନିର୍ମାଣ ହୋଇଥିଲା, ଏହା ୫୦ ବର୍ଷ ରହିବା କଥା। ହେଲେ ବ୍ରିଜଟି ଅଳ୍ପ ଦିନରେ ଭୁଶୁଡ଼ି ପଡ଼ିଲା।

Jajpur Bridge Collapse
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe