Advertisment

ରାତିରେ ଶୋଇଥିଲେ; ଭାଇଭଉଣୀଙ୍କୁ କାମୁଡ଼ି ଦେଲା ବିଷାକ୍ତ ସାପ

ଗତକାଲି ରାତିରେ ପିଲା ଦୁଇଟି ଖାଇପିଇ ବାପାମା’ଙ୍କ ପାଖରେ ଶୋଇଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Dead 2 chid

Dead 2 chid

ବିଷାକ୍ତ ସାପ କାମୁଡ଼ାରେ ଚାଲିଗଲା ଭାଇଭଉଣୀ ଜୀବନ। ଏପରି ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ଜାମପଦର ଗାଁରେ। ମୃତକ ହେଲେ ବିକାଶ ଶାଗରଙ୍କ ନାବାଳକ ପୁଅ ଭାବଗ୍ରାହୀ ଓ ତାଙ୍କ ଝିଅ ମନିକା ଶାଗର।

Advertisment

ଗତକାଲି ରାତିରେ ପିଲା ଦୁଇଟି ଖାଇପିଇ ବାପାମା’ଙ୍କ ପାଖରେ ଶୋଇଥିଲେ। ବିଳମ୍ବିତ ରାତିରେ ପିଲା ଦୁଇଟି ଅସୁସ୍ଥ ହୋଇ ପଡ଼ିଥିଲା। ଦୁଇ ଜଣଙ୍କ ମୁହଁରୁ ଫେଣ ବାହାରିଥିଲା। ପରିବାର ଲୋକେ ପିଲା ଦୁଇଟିକୁ ସଇଁତଳା ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ପିଲା ଦୁଇଟିର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବଲାଙ୍ଗିର  ଭୀମ ଭୋଇ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପିଲା ଦୁଇଟିର ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ଘରୁ ଭିତରୁ ସାପ ବାହାରିଥିବାରୁ ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । 

Advertisment
Snake Bite Bolangiri