Snake
Advertisment
ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ତାମଡ଼ା ପଞ୍ଚାୟତ ଝିରପାଣି ଗାଁରେ ସାପ କାମୁଡ଼ାରେ ଦୁଇ ଭାଇଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି, ଏଭଲିନା ଲାକ୍ରା (୭) ଓ ତାଙ୍କ ଭାଇ ଏଭମ ଲାକ୍ରା (୬)।
Advertisment
ଗତକାଲି ରାତିରେ ଶୋଇଥିବା ସମୟରେ ସେମାନଙ୍କୁ ଏକ ବିଷଧର ସାପ କାମୁଡ଼ି ଦେଇଥିଲା।
ଘର ଲୋକେ ଏହା ଜାଣିପାରି ସେମାନଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଭାଇଭଉଣୀଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।
ଖବର ପାଇ ଚାନ୍ଦିପୋଷ ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିଥିଲା। ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us