Advertisment

ନଦୀରେ ବୁଡ଼ିଗଲେ ଭାଇଭଉଣୀ

ମା’ ପହଞ୍ଚିବା ପୂର୍ବରୁ ଛୁଆ ଦୁହେଁ ପହଞ୍ଚି ଯାଇଥିଲେ ନଦୀରେ।

Brother and Sister

Brother and Sister

Advertisment

ନଦୀରେ ବୁଡ଼ି ଭାଇଭଉଣୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ବାଉଁଶିଆପଡ଼ା ଗାଁରେ। ମୃତକ ଦ୍ୱୟ ହେଉଛନ୍ତି ଗାଁର ଦ୍ୱିତୀକୃଷ୍ଣ ସେଠୀଙ୍କ ଝିଅ କାଜଲ ଓ ସାଇ।

Advertisment

ଆଜି ଭାଇଭଉଣୀ ସେମାନଙ୍କ ମା’ଙ୍କ ସହିତ ନିକଟସ୍ଥ କୁସୁମୀ ନଦୀକୁ ଗାଧୋଇବାକୁ ବାହାରିଥିଲେ। ତେବେ ମା’ ଘରୁ ବାହାରିବା ପୂର୍ବରୁ ସେମାନେ ନଦୀକୁ ଚାଲି ଯାଇଥିଲେ। ମା’ ନଦୀରେ ପହଞ୍ଚିବା ପୂର୍ବରୁ ଛୁଆମାନେ ସେଠାରେ ପହଞ୍ଚି ଯାଇଥିଲେ। ଭାଇଭଉଣୀ ନଦୀରେ ଗାଧୋଉଥିବା ବେଳେ ବୁଡ଼ି ଯାଇଥିଲେ। ସେତେବେଳକୁ ସେମାନଙ୍କ ମା’ ସେଠାରେ ପହଞ୍ଚି ଯାଇଥିଲେ। ଦୁଇ ଛୁଆ ବୁଡ଼ି ଯାଉଥିବା ଦେଖି ସେ ଡାକ ପକାଇଥିଲେ।

ତାଙ୍କ ଡାକ ଶୁଣି ଆଖପାଖରେ ଥିବା ଗ୍ରାମବାସୀ ଦୌଡ଼ି ଆସିଥିଲେ। ସେମାନେ କାଜଲ ଓ ସାଇଙ୍କୁ ନଦୀରୁ ଉଦ୍ଧାର କରିଥିଲେ ଏବଂ ଡାକ୍ତରଖାନା ନେଇଯାଇଥିଲେ। ଡାକ୍ତରଖାନାରେ ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା।

Advertisment

ଇଟାମାଟି ଥାନା ପୁଲିସ୍ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଗାଁରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି।

ରିପୋର୍ଟ- ନୟାଗଡ଼ରୁ ଜୟେନ୍ଦ୍ର ବେହେରାଙ୍କ ରିପୋର୍ଟ

Drowning Death Drowning Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe