Advertisment

ଖାଲି ହୋଇଗଲା ବାପାମା’ଙ୍କ କୋଳ; ବୁଡ଼ିଗଲେ ଭାଇଭଉଣୀ

ଭାଇଭଉଣୀଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

Downed

Downed

Advertisment

ଦଶହରା ବୁଲିବା ପାଇଁ ମାମୁ ଘରକୁ ଆସିଥିଲେ ଭାଇଭଉଣୀ। ପୋଖରୀରେ ବୁଡ଼ି ଚାଲିଗଲା ଉଭୟଙ୍କ ଜୀବନ। ଏପରି ଦୁଃଖଦ ଘଟଣା ଘଟିଛି ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ସୁବାଳ ଗାଁରେ। ମୃତ ଭାଇଭଉଣୀଙ୍କ ବୟସ ୧୨ ଓ ୮ ବର୍ଷ ହୋଇଥିବା ସୂଚନା ରହିଛି।

Advertisment

ଆଜି ସକାଳେ ଭାଇଭଉଣୀ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଅସାବଧାନତା କାରଣରୁ ସେମାନଙ୍କ ଗୋଡ଼ ଖସି ଯାଇଥିଲା। ଉଭୟ ପାଣିରେ ବୁଡ଼ି ଯାଇଥିଲେ।

ପରିବାର ଲୋକେ ୨ଛୁଆଙ୍କୁ ନ ପାଇ ଚାରିଆଡେ ଖୋଜାଖୋଜି କରିଥିଲେ। ପରେ ପୋଖରୀ କୂଳରେ ଉଭୟଙ୍କ ଜୋତା ପଡ଼ିଥିବା ଦେଖିଥିଲେ। ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ପରିବାର ଲୋକେ। ଅଗ୍ନିଶମ ବାହିନୀ ପହଞ୍ଚି ପୋଖରୀରୁ ୨ ଛୁଆଙ୍କୁ ଉଦ୍ଧାର କରିଥିଲେ। ଉଭୟଙ୍କୁ ତୁରନ୍ତ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରି ଦିଆଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଭାଇଭଉଣୀଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ବାପାମା’ ପୁଅଝିଅକୁ ହରାଇ ଭାଙ୍ଗି ପଡ଼ିଛନ୍ତି।

Advertisment
Drowning Niali
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe