/odisha-reporter/media/post_attachments/uploadimage/library/16_9/16_9_0/Bike_1718022191.jpg)
Bike
କଟକ ଜିଲ୍ଲା ବଡ଼ମ୍ବା ଥାନା ଭଟ୍ଟାରିକା ଛକରେ ଏକ କାର ଧକ୍କାରେ ଭାଇଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି ସନ୍ତୋଷ କୁମାର ସାହୁ ଓ ତାଙ୍କ ଭଉଣୀ ପାଲିଆ ସାହୁ।
ସନ୍ତୋଷ କୁମାର ସାହୁଙ୍କ ଘର ବନମାଳୀପୁର ଗାଁରେ। ସେ ଆଜି ତାଙ୍କ ଭଉଣୀ ପାଲିଆ ସାହୁଙ୍କୁ ତାଙ୍କ ଶାଶୁ ଘର ଗାଁ ଚଣ୍ଡିମଙ୍ଗଳକୁ ବାଇକ୍ରେ ନେଇ ଦେଉଥିଲେ। ସେମାନେ ଚଣ୍ଡିମଙ୍ଗଳ ଅଭିମୁଖେ ଯାଉଥିବା ବେଳେ ଭଟ୍ଟାରିକା ଛକ ପାଖରେ ଏକ କାର ସେମାନଙ୍କୁ ଧକ୍କା ଦେଇଥିଲା।
ଘଟଣାସ୍ଥଳରେ ସନ୍ତୋଷଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ଭଉଣୀ ପାଲିଆ ସାହୁଙ୍କୁ ଗୁରୁତର ଅବସ୍ଥାରେ ବଡ଼ମ୍ବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଏହି ଘଟଣା ଘଟିବା ପରେ ଭଟ୍ଟାରିକା ଛକରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ବଡ଼ମ୍ବା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା।
ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଯାଇଥିବା ବେଳେ ଦୁର୍ଘଟଣା ଘଟାଇଥିବା କାର ସହିତ ବାଇକ୍ଟିକୁ ଜବତ କରି ଥାନାକୁ ଅଣାଯାଇଥିବା ବଡ଼ମ୍ବା ଥାନା ଅଧିକାରୀ ଶିବ ପ୍ରସାଦ ଭତ୍ରା କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
