Advertisment

ପୋଖରୀରେ ବୁଡ଼ି ଚାଲିଗଲା ଭାଇ ଭଉଣୀଙ୍କ ଜୀବନ; ନାବାଳିକା ଗୁରୁତର

ଭାଇଭଉଣୀଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

Drown

Drown

Advertisment

ପୋଖରୀରେ ବୁଡ଼ି ଭାଇ ଭଉଣୀଙ୍କର ମୃତ୍ୟୁ ଘଟିଥିବା ବେଳେ ନାବାଳିକାର ଅବସ୍ଥା ଗୁରୁତର ରହିଛି। ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ଅନ୍ତର୍ଗତ ମରେଇନୂଆଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ମୃତ ଭାଇର ବୟସ ୬ବର୍ଷ ହୋଇଥିବା ବେଳେ ଭଉଣୀର ବୟସ ୩ ବର୍ଷ ହୋଇଥିବା ସୂଚନା ରହିଛି। ଗୁରୁତର ନାବାଳିକାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଆଜି ଭାଇଭଉଣୀ ଓ ନାବାଳିକା ଜଣଙ୍କ ଘର ନିକଟରେ ଥିବା ପୋଖରୀ ପାଖରେ ଖେଳୁଥିଲେ। ଏହି ସମୟରେ ସେମାନେ ପୋଖରୀକୁ ଯାଇଥିବା ବେଳେ ବୁଡ଼ି ଯାଇଥିଲେ। ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିବା ପରେ ପୋଖରୀରୁ ୩ଜଣଙ୍କୁ ଉଦ୍ଧାର କରାଯାଇଥିଲା। ପରେ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସେଠାରେ ଡାକ୍ତର ଭାଇଭଉଣୀକୁ ମୃତ ଘୋଷଣା କରିଥିବା ବେଳେ ନାବାଳିକାଙ୍କ ଅବସ୍ଥା ଗୁରୁତର ରହିଛି। ଭାଇଭଉଣୀଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

Advertisment
Drown Case Drowning Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe