Advertisment

ଉଜୁଡିଗଲା ସଂସାର, ବାପାର ମୃତ୍ୟୁ ପରେ ଚାଲିଗଲେ ଭାଇଭଉଣୀ

ଗତକାଲି ଭାଉଭଉଣୀ ଘର ନିକଟରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲା ବେଳେ ବୁଡ଼ି ଯାଇଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Baripada

Baripada

କି ଦୁଃଖ ଦେଲୁରେ ଦଇବ। କିଛି ବର୍ଷ ତଳେ ମଥାରୁ ସିନ୍ଦୁର ଲିଭିଯାଇଥିଲା। ଏବେ ଖାଲି ହୋଇଗଲା ମା’ରକୋଳ। ପୋଖରୀରେ ବୁଡ଼ି ଚାଲିଗଲା ପୁଅଝିଅଙ୍କ ଜୀବନ। ବାରିପଦା ସଦର ଥାନା ଅନ୍ତର୍ଗତ ଜ୍ୟୋତିପୁର ଗ୍ରାମର ମାଝୀସାହିରେ ଏହି ଦୁଃଖଦ ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ  ଗ୍ରାମର ସ୍ୱର୍ଗତ ଲବ ମାଝୀଙ୍କ ୬ବର୍ଷର ଝିଅ ମାଲ ମାଝୀ ଓ ୨ବର୍ଷର ପୁଅ କାର୍ତ୍ତିକ ମାଝୀ।

Advertisment

ଲବ ମାଝୀ ତାଙ୍କ ସ୍ତ୍ରୀ ଓ ୨ ଛୁଆକୁ ନେଇ ସୁନାର ସଂସାର ଥିଲା। ଯେପରି ଏହି ସଂସାର କାହାର ନଜର ଲାଗିଗଲା। କିଛି ବର୍ଷ ତଳେ ଲବ ମାଝୀଙ୍କର ମୃତ୍ୟୁ ଘଟିଥିଲା। ଏବେ ଦୁଇ ଭାଇଭଉଣୀଙ୍କର ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି। ସ୍ୱାମୀର ମୃତ୍ୟୁ ପରେ ଦୁଇ ଛୁଆଙ୍କ ମୁହଁକୁ ଚାହିଁ ବଞ୍ଚି ରହିଥିଲା ଲବଙ୍କ ସ୍ତ୍ରୀ। ଏବେ ସେମାନେ ମଧ୍ୟ ଚାଲିଗଲେ। କାହା ପାଇଁ ବଞ୍ଚିବ ବୋଲି କହି ବାହୁନି ବାହୁନି କାନ୍ଦୁଛି ମା’। ବାଇଆଣି ପାଗଳି ପରି ନିଜ ଛୁଆକୁ ଖୋଜି ହେଉଛି। 

ଗତକାଲି ଭାଉଭଉଣୀ ଘର ନିକଟରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲା ବେଳେ ବୁଡ଼ି ଯାଇଥିଲେ। ପରିବାର ଲୋକେ ଚାରିଆଡେ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ। ପୋଖରୀ ହୁଡ଼ାରେ ଉଭୟଙ୍କ ଡ୍ରେସ ପଡ଼ିଥିବାରୁ ପୋଖରୀରେ ବୁଡ଼ି ଯାଇଥିବା ଗ୍ରାମବାସୀଙ୍କର ସନ୍ଦେହ ହୋଇଥିଲା। ଏନେଇ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିଥିଲେ, ହେଲେ ଭାଇଭଉଣୀକୁ ପାଇ ନଥିଲେ। ସନ୍ଧ୍ୟା ହୋଇଯାଇଥିବାରୁ ଅଗ୍ନିଶମ ବାହିନୀ ପଳାଇ ଯାଇଥିଲେ। ଆଜି ସକାଳେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିଥିଲେ। ଭାଇଭଉଣୀଙ୍କ ମୃତଦେହ ପୋଖରୀ ଭିତରୁ ଉଦ୍ଧାର କରିଥିଲେ। ସଦର ଥାନା ପୁଲିସ ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Advertisment
Mayurbhanj