Truck
ଟ୍ରକ-ବାଇକ ମୁହାଁମୁହିଁ ଧକ୍କା ଆରୋହି ମୃତ। ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ମୁଖ୍ୟ ରାସ୍ତାରେ। ମୃତକ ଜଣଙ୍କ ହେଉଛି ରାଜେଶ ଖରା।
ଆଜି ଅପରାହ୍ନରେ ରାଜେଶ ଓ ରାହୁଲ ସଗରିଆ ଗୋଟିଏ ବାଇକରେ କୌଣସି କାମରେ ବଜାରକୁ ଯାଉଥିଲେ। ରାଜେଶ ବାଇକ ପଛରେ ବସିଥିଲେ ଓ ରାହୁଲ ବାଇକ ଚଲାଉଥିଲେ। ସେହି ସମୟରେ ରାସ୍ତାର ବିପରିତି ଦିଗରୁ ବିଏସଏଫ ଯବାନଙ୍କ ଟ୍ରକ ଆସୁଥିଲା। ଚିତ୍ରକୋଣ୍ଡା ମୁଖ୍ୟ ରାସ୍ତାରେ ବାଇକ ସହ ଯବାନଙ୍କ ଟ୍ରକ ମୁହିଁମୁହିଁ ଧକ୍କା ହୋଇଥିଲା। ଫଳେରେ ରାକ୍ତକ୍ତ ହୋଇ ରାସ୍ତାରେ ପଡ଼ିଯାଇଥିଲେ ରାଜେଶ ଓ ରାହୁଲ।
ସ୍ଥାନୀୟ ଲୋକେ ରାସ୍ତାରୁ ଉଭୟଙ୍କୁ ଗୁରୁତର ଭାବେ ଉଦ୍ଧାର କରି ଚିତ୍ରକୋଣ୍ଡା ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ଆରୋହି ରାଜେଶ ଖରାଙ୍କୁ ମୃତଘୋଷଣା କରିଥିବା ବେଳେ ଚାଳକ ରାହୁଲଙ୍କୁ ଗୁରୁରତ ଭାବେ ମାଲକାନଗିରି ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ସେଠାରେ ସେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Truck__1721824084.jpg)