Advertisment

ଶୋଇଥିବା ସମୟରେ କୋଠା ଭୁଶୁଡି 2 ମୃତ, ଏକାଧିକ ଆହତ

ଶୋଇଥିବା ଅବସ୍ଥାରେ ଭୁଶୁଡି ପଡିଲା କୋଠା। ଡାକ୍ତରଖାନାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଚିକିତ୍ସିତ ହେଉଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
Rescue Operation In Underway

Rescue Operation In Underway

ଶୋଇଥିବା ଅବସ୍ଥାରେ ଭୁଶୁଡିଲା କୋଠା। ଫଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଏଥିସହ ତିନି ଜଣ ଲୋକ ଭଗ୍ନାବଶେଷ ଭିତରେ ଫସି ରହିଥିବା କହିଛି ପୁଲିସ। ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। 

Advertisment

ଉତ୍ତରପ୍ରଦେଶର ବାରବାଙ୍କି ଜିଲ୍ଲାର ଫତେହପୁର କୋଟୱାଲୀ ଅଞ୍ଚଳରେ ଘଟିଛି ଏହି ଦୁଃଖଦ ଘଟଣା। ବାରବାଙ୍କି ଜିଲ୍ଲା ଅଧୀକ୍ଷକ ଦୀନେଶ କୁମାର ସିଂହଙ୍କ କହିବାନୁସାରେ, "ରବିବାର ରାତି ପ୍ରାୟ 3ଟା ସମୟରେ ବାରବାଙ୍କିର ଫତେହପୁର କୋଟୱାଲୀ ଅଞ୍ଚଳରେ ଏକ ତିନି ମହଲା କୋଠା ହଠାତ୍ ଭୁଶୁଡି ପଡିଥିଲା। ପ୍ରଚଣ୍ଡ ଶବ୍ଦ ହେବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡିଥିଲେ। ଏନେଇ ସେମାନେ ପୁଲିସକୁ ଖବର ଦେଇଥିଲେ।

Advertisment

ଖବର ପାଇ ପୁଲିସ ଉଦ୍ଧାରକାରୀ ଟିମକୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲା। ଅଗ୍ନିଶମ ବାହିନୀ ଓ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ। ଫଳରେ 12 ଜଣ ଲୋକଙ୍କୁ ଜୀବିତ ଉଦ୍ଧାର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଅବସ୍ଥା ଗୁରୁତର ଥିଲା। ତୁରନ୍ତ ସେମାନଙ୍କୁ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଆହତଙ୍କ ମଧ୍ୟରୁ 8 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଲକ୍ଷ୍ନୌ କେଜିଏମୟୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଦୁଇ ଜଣ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିଥିବା କହିଛନ୍ତି ଏସପି ଦିନେଶ ସିଂହ। 

Accident Building Collapse UP Building Collapse News