Advertisment

ଘାଟିରୁ ଖସିଲା ବସ୍‌, ଅଳ୍ପକେ ବର୍ତ୍ତିଲା ୩୦ ଜୀବନ

ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଥିଲା। ହେଲେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଯାତ୍ରୀମାନେ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଯାତ୍ରୀଙ୍କୁ ଉଦ୍ଧାର କରି ଅଟୋରେ ନିଜର ଗସ୍ତବ୍ୟ ସ୍ଥଳରେ ଛାଡ଼ିଥିଲେ।

author-image
Manoranjan Sial
Bus

Bus

ଘାଟିରୁ ଖସିପଡ଼ିଲା ଯାତ୍ରୀବାହୀ ବସ୍‌। ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଅଳ୍ପକେ ବର୍ତ୍ତିଗଲା ୩୦ ଯାତ୍ରୀଙ୍କ ଜୀବନ। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଜପତି ଜିଲ୍ଲା କାନକଟା ଘାଟିରେ ଘଟିଛି।

Advertisment

ଆଜି ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ତାହାରି ଭିତରେ ଯାତ୍ରୀଙ୍କୁ ଧରି ରାୟଗଡ଼ାରୁ ମହେନ୍ଦ୍ରଗଡ଼ ଦେଇ ଗଞ୍ଜାମ ଜିଲ୍ଲା ଜରଡା ଅଭିମୁଖେ ଯାଉଥିଲା ଯାତ୍ରୀବାହୀ ବସ୍‌ ‘ରଘୁନାଥ’। ବସ୍‌ରେ ୩୦ରୁ ଅଧିକ ଯାତ୍ରୀ ଥିଲେ। ଗଞ୍ଜାମ ସୀମାନ୍ତ ଆର ଉଦୟଗିରି ଥାନା ଅନ୍ତର୍ଗତ କାନକଟା ଘାଟିରେ ବସ୍‌ଟି ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିଲା।

ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଥିଲା। ହେଲେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଯାତ୍ରୀମାନେ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଯାତ୍ରୀଙ୍କୁ ଉଦ୍ଧାର କରି ଅଟୋରେ ନିଜର ଗସ୍ତବ୍ୟ ସ୍ଥଳରେ ଛାଡ଼ିଥିଲେ।

Advertisment

ସୂଚନାରୁ ପ୍ରକାଶ, କାନକଟା ଘାଟିରେ ଦୁର୍ଘଟଣା ଘଟିଥିବା ଘଟଣା ପ୍ରଥମ ନୁହେଁ। ଜାନୁଆରୀ ୨୦ ତାରିଖରେ ଏହି ଘାଟିରେ ବସ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ସେହିପରି ଗତ ଜୁଲାଇରେ ପିକ୍‌ଅପ୍‌ ଭ୍ୟାନ ଓଲଟି ୧୬ ଜଣ କାଉଡିଆ ଆହାତ ହୋଇଥିଲେ। ସେହିପରି ଅନେକ ଦୁର୍ଘଟଣା ଘଟୁଛି। ହେଲେ ପ୍ରଶାସନ ଆଜି ପର୍ଯ୍ୟନ୍ତ ଏହାର ପ୍ରତିକାର କରିପାରିନାହିଁ। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

ରିପୋର୍ଟ- ମୋହନାରୁ ମିହିର ଜତି

Roadaccident Road Accident Gajapati District