Advertisment

ବରଯାତ୍ରୀଙ୍କୁ ଧରି ଫେରୁଥିଲେ ବେଳେ ବ୍ରେକ୍‌ ଫେଲ୍‌ ହେଲା ବସ୍‌

ଆଜି ସକାଳେ ଦିଗପହଣ୍ଡି ବ୍ଲକ୍‌ ମେଘଦୋଳି ଗାଁରୁ ବରଯାତ୍ରୀଙ୍କୁ ଗଜପତି ଜିଲ୍ଲା ଚାନ୍ଦିପୁଟକୁ ଯାଇଥିଲା ଏକ ବସ୍‌। ବାହାଘର ପରେ ଭୋଜି ଖାଇ ଅପରାହ୍ନରେ ବରଯାତ୍ରୀଙ୍କୁ ଧରି ବସ୍‌ଟି ଫେରୁଥିଲା। ତେବେ ତପ୍ତପାଣି ଘାଟିର ଆଶ୍ରମ ସ୍କୁଲ୍‌ ନିକଟରେ ବସ୍‌ଟି ବ୍ରେକ୍‌ ଫେଲ୍‌ ହୋଇଥିଲା।

ଅଦ୍ୟତନ ହୋଇଛି
Bus Accident

Bus Accident

Advertisment

ବରଯାତ୍ରୀଙ୍କୁ ଧରି ଫେରୁଥିଲେ ବେଳେ ବ୍ରେକ୍‌ ଫେଲ୍‌ ହେଲା ବସ୍‌। ଭାରସାମ୍ୟ ହରାଇ ବସ୍‌ଟି ରାସ୍ତା ପାର୍ଶ୍ୱରେ ଥିବା ବିରାଟ୍‌କାୟ ପଥରରେ ପିଟି ହୋଇଯାଇଥିଲା। ଗଞ୍ଜାମ ତପ୍ତପାଣି ଘାଟିରେ ଏହି ବସ ଦୁର୍ଘଟଣା ଘଟିଛି। ଆହତ ହୋଇଥିବା ୨୦ ଜଣ ବରଯାତ୍ରୀଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।

Advertisment

ଆଜି ସକାଳେ ଦିଗପହଣ୍ଡି ବ୍ଲକ୍‌ ମେଘଦୋଳି ଗାଁରୁ ବରଯାତ୍ରୀଙ୍କୁ ଗଜପତି ଜିଲ୍ଲା ଚାନ୍ଦିପୁଟକୁ ଯାଇଥିଲା ଏକ ବସ୍‌। ବାହାଘର ପରେ ଭୋଜି ଖାଇ ଅପରାହ୍ନରେ ବରଯାତ୍ରୀଙ୍କୁ ଧରି ବସ୍‌ଟି ଫେରୁଥିଲା। ତେବେ ତପ୍ତପାଣି ଘାଟିର ଆଶ୍ରମ ସ୍କୁଲ୍‌ ନିକଟରେ ବସ୍‌ଟି ବ୍ରେକ୍‌ ଫେଲ୍‌ ହୋଇଥିଲା। ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ବିରାଟକାୟ ପଥରରେ ପିଟି ହୋଇଯାଇଥିଲା।

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସାନଖେମୁଣ୍ଡି ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ବସ୍‌ ଭିତରୁ ଗୁରୁତର ଆହତଙ୍କୁ ଉଦ୍ଧାର କରି ଦିଗପହଣ୍ଡି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ଦୁର୍ଘଟଣାରେ ୨୦ରୁ ଅଧିକ ବରଯାତ୍ରୀ ଆହତ ହୋଇଛନ୍ତି। ପାଟପୁର ଥାନା ପୁଲିସ୍ ଘଟଣାର ତଦନ୍ତ ଚଳାଇଛି। ବ୍ରେକ୍‌ ଫେଲ୍‌ ଯୋଗୁ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଚାଳକ କହିଛନ୍ତି।

Advertisment

ରିପୋର୍ଟ-ଦିଗପହଣ୍ଡିରୁ ସତ୍ୟନାରାୟଣ ପାଢ଼ୀ

Ganjam Bus Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe