Advertisment

ଡିଭାଇଡରରେ ପିଟି ହେଲା ଯାତ୍ରୀବାହୀ ବସ୍‌

ଆଜି ଦାକ୍ଷାୟାନୀ ନାମକ ଯାତ୍ରୀବାହୀ ବସ୍ ବାଲେଶ୍ୱରରୁ କୋଲକତା ଅଭିମୁଖେ ଯାଉଥିଲା।

ଅଦ୍ୟତନ ହୋଇଛି
Road accident

Road accident

Advertisment

ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହେଲା ଯାତ୍ରୀବାହୀ ବସ୍‌। ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୫୦ ଯାତ୍ରୀ। ବାଲେଶ୍ୱର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଇନ୍ଦିରା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି।

Advertisment

ଆଜି ଦାକ୍ଷାୟାନୀ ନାମକ ଯାତ୍ରୀବାହୀ ବସ୍ ବାଲେଶ୍ୱରରୁ କୋଲକତା ଅଭିମୁଖେ ଯାଉଥିଲା। ବସ୍ ରାତି ପ୍ରାୟ ଗୋଟାଏ ସମୟରେ ବସ୍ ରାତି ପ୍ରାୟ ଗୋଟାଏ ସମୟରେ ବସଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଡିଭାଇଡରକୁ ଧକ୍କା ଦେଇଥିଲା। ସୌଭାଗ୍ୟ ବଶଃତ ବଡ଼ ଦୁର୍ଘଟଣାରୁ ବସ୍‌ରେ ଥିବା ୫୦ ଯାତ୍ରୀ ବର୍ତ୍ତି ଯାଇଥିଲେ।

ଡ଼୍ରାଇଭରଙ୍କ ଆଖି ଲାଗି ଯାଇଥିବାରୁ ଏପରି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଯାତ୍ରୀମାନଙ୍କୁ ଅନ୍ୟ ଏକ ବସ୍‌ରେ ସେମାନଙ୍କ ଗନ୍ତ୍ୟବସ୍ଥଳକୁ ପଠାଯାଇଥିଲା। ଦୁର୍ଘଟଣା ପରେ ବସ୍‌ ଡ୍ରାଇଭର ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ବସ୍ତା ପୁଲିସ ବସ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Balasore Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe