Advertisment

ଟଳିଲା ବଡ଼ ଅଘଟଣ; ଓଭର ବ୍ରିଜ ଉପରେ ଝୁଲି ରହିଛି ଲକ୍ଷ୍ମୀ ବସ୍

ଓଭର ବ୍ରିଜ ଉପରେ ଦୀର୍ଘ ସମୟ ଧରି ଝୁଲି ରହିବା ପରେ କ୍ରେନ୍ ଯୋଗେ ବସଟିକୁ ବ୍ରିଜ୍ ଉପରକୁ ଅଣାଯାଇଛି।

ଅଦ୍ୟତନ ହୋଇଛି
Accident

Accident

Advertisment

ଟଳିଲା ବଡ଼ ଅଘଟଣ। ଦୁର୍ଘଟଣା ପରେ ଓଭର ବ୍ରିଜ ଉପରେ ଝୁଲି ରହିଛି ଲକ୍ଷ୍ମୀ ବସ୍।  ବାଲେଶ୍ୱର ଜିଲ୍ଲା ଫକୀର ମୋହନ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି। 

Advertisment

ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଲକ୍ଷ୍ମୀ ବସଟି ସର୍ଭିସ ସେଣ୍ଟରରୁ ବସଷ୍ଟାଣ୍ଡ ଅଭିମୁଖେ ଯାଉଥିଲା। ଫକୀର ମୋହନ ଛକ ନିକଟରେ ଥିବା  ଓଭରବ୍ରିଜରେ ବସ୍‌ଟି ଭାରସାମ୍ୟ ହରାଇ ପୋଲର ବାଡ଼ା ଉପରେ ଚଢ଼ି ଯାଇଥିଲା। ପରେ ବସ୍‌ଟି ପୋଲ ବାଡ଼ା ଉପରେ ଝୁଲି ରହିଥିଲା। ସୌଭାଗ୍ୟ ବଃଶତ ସେହି ସମୟରେ ବସ୍‌ରେ କେହି ନଥିଲେ। ଦୁର୍ଘଟଣା ପରେ ବସ୍ ଡ୍ରାଇଭର ଫେରାର ହୋଇଯାଇଛି। 

କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା, ତାହା ଜଣାପଡ଼ିନାହିଁ।  ଡ୍ରାଇଭରଙ୍କ ତ୍ରୁଟି ଯୋଗୁ ଦୁର୍ଘଟଣା ଘଟିଥିବା ଲକ୍ଷ୍ମୀ ବସ୍ ମ୍ୟାନେଜର କହିଛନ୍ତି। ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି। ବାଲେଶ୍ୱର ସହଦେବଖୁଣ୍ଟା ପୁଲିସ  ଓ ପ୍ରାଶାସନିକ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।  ଓଭର ବ୍ରିଜରେ ଦୀର୍ଘ ସମୟ ଧରି ଝୁଲି ରହିବା ପରେ କ୍ରେନ୍ ଯୋଗେ ବସଟିକୁ ବ୍ରିଜ୍ ଉପରକୁ ଅଣାଯାଇଛି। 

Advertisment
Balasore Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe