Advertisment

ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ୍, ଭିତରେ ଥିଲେ ୩୫ ଯାତ୍ରୀ

ଗତକାଲି ବିଳମ୍ବିତ ରାତିରେ ଏଭଳି ଦୁର୍ଘଟଣା ଗଜପତି ଜିଲ୍ଲା ମୋହନା ଥାନା ହିକିରିକୁପା ଗାଁ ନିକଟରେ ଘଟିଛି ।

Accident

Accident

Advertisment

ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଯାତ୍ରୀବାହୀ ବସ୍ । ଅଳ୍ପକେ ବର୍ତ୍ତିଲେ ୩୫ ଯାତ୍ରୀ । ଗତକାଲି ବିଳମ୍ବିତ ରାତିରେ ଏଭଳି ଦୁର୍ଘଟଣା ଗଜପତି ଜିଲ୍ଲା ମୋହନା ଥାନା ହିକିରିକୁପା ଗାଁ ନିକଟରେ ଘଟିଛି ।

Advertisment

ପ୍ରାୟ ୩୫ ଯାତ୍ରୀଙ୍କୁ ଧରି ଆର.ବି. କୋଚ୍ ନାମକ ଘରୋଇ ବସ୍‌ ଗତ ରାତିରେ ବ୍ରହ୍ମପୁରଠାରୁ ଇନ୍ଦ୍ରାବତି ଯାଉଥିଲା। ମାତ୍ର ହିକିରିକୁପା ଗାଁ ନିକଟସ୍ଥ ବୁଲାଣିଆ ରାସ୍ତାରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ବସ୍‌ଟି ରାସ୍ତାର ବାମ ପଟ ତଳକୁ ଖସିଯାଇଥିଲା।

ଖବର ପାଇ ମୋହନା ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଯାତ୍ରୀମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ। ଏଥିରେ କେହି ଆହତ ହୋଇ ନ ଥିବା ଜଣାଯାଇଛି। ଯାତ୍ରୀମାନଙ୍କୁ ଅନ୍ୟ ବସ୍‌ ନିଜ ନିଜ ଗନ୍ତ୍ୟବ୍ୟ ସ୍ଥଳକୁ ପଠାଇବାର ବ୍ୟବସ୍ଥା କରାଯାଇଥିଲା ।

Advertisment

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ବେଳେ କେହି ମୃତାହତ ହୋଇ ନ ଥିବା ବସ୍ ଡ଼୍ରାଇଭର କହିଛନ୍ତି । ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

Ganjam Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe